ପାକିସ୍ତାନ ଦ୍ବାରା ବନ୍ଦୀ ପାଇଲଟଙ୍କୁ ମୁକ୍ତ କରିବାକୁ ଭାରତର ଚେତାବନୀ

ନୂଆଦିଲ୍ଲୀ : ପାକିସ୍ତାନ ଦ୍ବାରା ବନ୍ଦୀ ହୋଇଥିବା ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତମାନଙ୍କ ପ୍ରତି ହିଂସାତ୍ମକ ଆଚରଣ ଓ ଗଣମାଧ୍ୟମରେ ତାଙ୍କର ପ୍ରଦର୍ଶନକୁ ଭାରତ ତୀବ୍ର ବିରୋଧ କରିଛି । ଏହା ଜେନିଭା କନଭେନସନ ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି । ପାଇଲଟଙ୍କ ତୁରନ୍ତି ମୁକ୍ତି ପାଇଁ ସେ ଦାବି କରିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନରେ ଆତଙ୍କବାଦୀ କ୍ୟାମ୍ପଉପରେ ଭାରତର ଆକ୍ରମଣକୁ ସେ ଉଚିତ ବୋଲି ଦର୍ଶାଇଛନ୍ତି । ଏସବୁ ଆକ୍ରମଣ କରିବାର ଅଧିକାର ଭାରତର ଅଛି ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ପାକିସ୍ତାନ ସରକାର ଭାରତୀୟ ପାଇଲଟ ବନ୍ଦୀ ହୋଇଥିବା କଥା ସ୍ବୀକାର କରିଥିଲେ । କେତେକ ସୁତ୍ରରୁ ମିଳିଥିବା ଖବର ଅନୁସାରେ ବାୟୁସେନା ପାଇଲଟ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଚଳାଉଥିବା ମିଗ ବିମାନଟି ଦୁର୍ଘଟଣାଗସ୍ତ ହେବା ପରେ ସେ ପାରାଚ୍ୟୁଟ ସାହାଯ୍ୟରେ ଏକ ଗାଁ ନିକଟରେ ସଂପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଓହ୍ଲାଇଥିଲେ । କିନ୍ତୁ ସ୍ଥାନୀୟ ଗାଁ ଲୋକେ ତାଙ୍କୁ ପ୍ରବଳ ମାଡ ଦେବା ସହ ପାକିସ୍ତାନୀ ସେନା ହାତରେ ଧରାଇଦେଇଥିଲେ ।

ସମ୍ବନ୍ଧିତ ଖବର