ନୂଆଦିଲ୍ଲୀ: ୱକଫ୍‌ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ନିକଟରେ ଭୟଙ୍କର ହିଂସା ଉପୁଜିଥିଲା।   ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। କିନ୍ତୁ ପଶ୍ଚିମବଙ୍ଗ ହିଂସା ପ୍ରସଙ୍ଗରେ ବାଂଲାଦେଶ ଟିପ୍ପଣୀ ଦେଇଥିବାରୁ ଭାରତ ଏହାକୁ କଡ଼ା ବିରୋଧ କରିଛି। ବାଂଲାଦେଶ ଗୁରୁବାର ଭାରତ ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ  କହିଥିଲା ଯେ ରାଜ୍ୟରେ ହିଂସା ମଧ୍ୟରେ ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟକୁ ସୁରକ୍ଷା ଦେବାପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ। ତେବେ ବିଦେଶ ବ୍ୟାପାର ମନ୍ତ୍ରାଳୟ ଏନେଇ ଏକ ବିବୃତି ଜାରି କରି ବାଂଲାଦେଶ ଟିପ୍ପଣୀକୁ ବିରୋଧ କରିଛି।  ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି,  ବାଂଲାଦେଶ ନିଜକୁ ଭଲ ଦେଖାଇବାପାଇଁ ଅନାବଶ୍ୟକ ଟିପ୍ପଣୀ ଦେବା ବଦଳରେ ନିଜର ସଂଖ୍ୟା‌ଲଘୁ ଅଧିକାରକୁ ସୁରକ୍ଷା ଦେବା ଦିଗରେ ଫୋକସ୍‌ କରୁ।   ଉଲ୍ଲେଖ‌ଯୋଗ୍ୟ,  ମୁର୍ଶିଦାବାଦ ହିଂସା ଘଟଣାରେ ବାଂଲାଦେଶ ଲିଙ୍କ୍‌ ଥିବା ନେଇ ଖବର ପ୍ରକାଶ ପାଇବାପରେ ବାଂଲାଦେଶର ମହମ୍ମଦ ୟୁନୁସୁ ନେତୃତ୍ବାଧୀନ ଅନ୍ତରୀଣ ସରକାର ଏହାକୁ ବିରୋଧ କରିଛି ଏବଂ  ରାଜ୍ୟରେ ସଂଖ୍ୟାଲଘୁ ମୁସଲମାନ ଜନସଂଖ୍ୟାଙ୍କୁ ସୁରକ୍ଷା ‌ଦେବା ଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ କହିଛି।  ଇତିମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ୱକଫ୍‌ ବିରୋଧୀ ହିଂସାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ କରି ସ୍ଥିତି ନିୟନ୍ତ୍ରଣ କରାଯାଇଛି।

ମୁର୍ଶିଦାବାଦ ହିଂସା: ରିଲିଫ୍‌ ଶିବିରରେ ରାଜ୍ୟପାଳ

Advertisment

ggdcvv

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ହିଂସା  ପ୍ରଭାବିତ ଅଞ୍ଚଳକୁ ଆଜି ରାଜ୍ୟପାଳ ସିଭି ଆନନ୍ଦ ବୋଷ୍‌ ଗସ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ବାରଣକୁ ଭୃକ୍ଷେପ ନକରି ରାଜ୍ୟପାଳ  ଆଜି ମାଲ୍‌ଦା ଜିଲ୍ଲାର ରିଲିଫ୍‌ ଶିବିରରେ  ପହଞ୍ଚି  ପୀଡ଼ିତ ପରିବାରଙ୍କୁ ଭେଟିଛନ୍ତି।  ପୀଡ଼ିତ ପରିବାରମାନେ ଯେଭଳି ଭୟାନକ ହିଂସାର ସମ୍ମୁଖୀନ ହୋଇଥିଲେ ଏବଂ ଘର ଛାଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ ସେ ସମ୍ପର୍କରେ ରାଜ୍ୟପାଳଙ୍କୁ ବିସ୍ତୃତ ଭାବେ ଜଣାଇଥିଲେ। ପୀଡ଼ିତଙ୍କ ସହ ଆଲୋଚନା ପରେ ରାଜ୍ୟପାଳ କହିଛନ୍ତି, ୱକଫ୍‌ ବିରୋଧୀ ହିଂସାକୁ ରୋକିବା ଏବଂ ପୀଡ଼ିତଙ୍କୁ ନ୍ୟାୟ ଦେବାପାଇଁ ସରକାର ଯଥୋଚିତ ପଦକ୍ଷେପ ଗ୍ରହଣ କରିବେ । ଏ ସମ୍ପର୍କରେ ରାଜ୍ୟପାଳ କେନ୍ଦ୍ର ସରକାରଙ୍କୁ ମଧ୍ୟ ବିସ୍ତୃତ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି। ହିଂସାଗ୍ରସ୍ତ ମୁର୍ଶିଦାବାଦରୁ ୪ ଶହରୁ ଅଧିକ ହିନ୍ଦୁ ପରିବାର ଘର ଛାଡ଼ି ପଳାୟନ କରିଛନ୍ତି।