ନୂଆଦିଲ୍ଲୀ: ଗୋଟିଏ ଦିନରେ ଭାରତ କିପରି ୯୦ କୋଟି ଭୋଟର ଗଣତି କରିଦେଉଛି । ଏହା ଆଶ୍ଚର୍ଯ୍ୟ କରିଛି ଆମେରିକାକୁ । ଏଲନ ମସ୍କ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଭାରତ କିପରି ଗୋଟିଏ ଦିନରେ ୬୪ କୋଟି ଭୋଟର କାଉଣ୍ଟିଙ୍ଗ କରିଦେଉଛି । କିନ୍ତୁ ଆମର ଏବେ ବି କାଲିଫୋର୍ନିଆରେ ଭୋଟ ଗଣତି ଚାଲିଛି । ଦୁନିଆର ସବୁଠାରୁ ବଡ ନିର୍ବାଚନ ପ୍ରକ୍ରିୟାର ଭୋଟ ଗଣତି ୪ ଜୁନ୍ ୨୦୨୪ ରେ ହୋଇଥିଲା ।
ବିଧାନସଭା ନିର୍ବାଚନରେ ସେତେବେଳେ ୯୦ କୋଟି ରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଭୋଟ ଗଣତି ପ୍ରକ୍ରିୟା ଭୋଟ କେନ୍ଦ୍ରରେ ଗୋଟିଏ ଦିନରେ ଶେଷ ହୋଇଥିଲା । ଏହା ପ୍ରକୃତରେ କୌଣସି ଚମତ୍କାର ଠୁ ବି କମ ନୁହେଁ । ବିଶ୍ୱ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଘଟଣା । କାରଣ ଆମେରିକା ଭଳି ଏକ ଟେକ୍ନୋଲୋଜି ଏବଂ ସୁବିଧା ସମୃଦ୍ଧ ଦେଶ ମଧ୍ୟ ଏହା କରିପାରେ ନାହିଁ । ଭାରତର ଏପରି ଶ୍ରୀଘ୍ର ଭୋଟ୍ ଗଣତି କାର୍ଯ୍ୟରେ ଆଶ୍ଚର୍ଯ୍ୟ ହୋଇ ଏଲନ ମସ୍କ ଏପରି ଟୁଇଟ୍ କରିଛନ୍ତି ।
ତେବେ ଭାରତରେ ଯେବେଠୁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ପ୍ରଚଳନ ହେବା ଆରମ୍ଭ ହୋଇଛି ଗତ ତିନି ଦଶନ୍ଧିରୁ ଏପରି ପରିବର୍ତ୍ତନ ହୋଇଛି । ଭାରତରେ ୨୦୨୪ ରେ ଲୋକସଭା ନିର୍ବାଚନରେ ପାଖାପାଖି ୨୦ ଲକ୍ଷ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ର ବ୍ୟବହାର କରାଯାଇଥିଲା । ଏଥିରେ ଇଭିଏମ ଏବଂ ବିବିପିଏଟି ଦୁଇଟି ମେସିନ ସାମିଲ ଥିଲା । ଗୋଟିଏ ଇଭିଏମରେ ସର୍ବାଧିକ ୨୦୦୦ ଭୋଟ ରେକର୍ଡ କରାଯାଇାପରେ । ପ୍ରାୟ ୯୦ କୋଟି ଭୋଟରଙ୍କ ଏକ ବିଶାଳ ନିର୍ବାଚନମଣ୍ଡଳୀ ପାଇଁ ଏହି ମେସିନକୁ ନିୟୋଜିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/25/xfohIJEJC9wMLHYiD9OY.jpg)