‘ପିଏସ୍‌ଏଲ୍‌ଭି-ସି୫୪’ ରକେଟ୍‌ରେ ମହାକାଶକୁ ୯ଟି ସାଟେଲାଇଟ୍‌ ପ୍ରେରଣ କଲା ଭାରତ

ନୂଆଦିଲ୍ଲୀ: ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‌ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍‌ ପ୍ୟାଡ୍‌ରୁ ‘ପିଏସ୍‌ଏଲ୍‌ଭି’ ରକେଟ୍‌ ଯୋଗେ ‘ଇସ୍ରୋ’ ୮ଟି ଅତି କ୍ଷୁଦ୍ର ସାଟେଲାଇଟ୍‌ ସମେତ ୯ଟି ସାଟେଲାଇଟ୍‌ ସଫଳତାର ସହିତ ମହାକାଶକୁ ପ୍ରେରଣ କରିଛି।

‘ଓସେନ୍‌ସାଟ୍‌-୩’ ବୋଲି କୁହାଯାଉଥିବା ପ୍ରଧାନ ସାଟେଲାଇଟ୍‌ ‘ଆର୍ଥ ଅବ୍‌ଜର୍‌ଭେସନ୍‌ ସାଟେଲାଇଟ୍‌-୬’ ସମେତ ସମୁଦାୟ ୩୨୧ ଟନ୍‌ ଓଜନର ସାଟେଲାଇଟ୍‌ ସବୁକୁ ୪୪.୪ ମିଟର୍‌ ଲମ୍ବବିଶିଷ୍ଟ ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ’ ବା ରକେଟ୍‌ ଯୋଗେ ଉତ୍‌କ୍ଷେପଣ କରାଯାଇଥିଲା।

Image Courtesy of India Today

ଉପରୋକ୍ତ ୮ଟି କ୍ଷୁଦ୍ର କୃତ୍ରିମ ଉପଗ୍ରହ (ନାନୋସାଟେଲାଇଟ୍‌) ସବୁ ଘରୋଇ କମ୍ପାନି ଏବଂ ଭାରତ ଓ ଭୁଟାନ୍‌ ମିଳିତ ଭାବେ ନିର୍ମାଣ କରିଛନ୍ତି। ‘ଆର୍ଥ‌୍ ଅବ୍‌ଜର୍‌ଭେସନ୍‌ ସାଟେଲାଇଟ୍‌-୦୬’ ହେଉଛି ‘ଓସେନ୍‌ସାଟ୍‌’ ସିରିଜ୍‌ର ତୃତୀୟ-ପିଢ଼ିର ସାଟେଲାଇଟ୍‌। ସାମୁଦ୍ରିକ ଅଧ୍ୟୟନ ନିମନ୍ତେ ଏହି କୃତ୍ରିମ ଉପଗ୍ରହ ପ୍ରେରଣ କରାଯାଇଛି।

ଏହାଛଡ଼ା, ‘ପିଏସ୍‌ଏଲ୍‌ଭି-ସି-୫୪’ ମଧ୍ୟ ‘ଆନନ୍ଦ’ ନାମକ ‘ଟେକ୍ନୋଲୋଜି ଡେମୋନ୍‌ଷ୍ଟ୍ରେଟର୍‌’ ନାନୋ ସାଟେଲାଇଟ୍‌ ନେଇ ଯାଇଛି। କ୍ଷୁଦ୍ର ‘ଆର୍ଥ-ଅବ୍‌ଜର୍‌ଭେସନ୍‌’ କ୍ୟାମେରାର ସାମର୍ଥ୍ୟ ଓ ବ୍ୟାବସାୟିକ ପ୍ରୟୋଗ ପ୍ରଦର୍ଶନ କରିବା ହେଉଛି ଏହାର ଲକ୍ଷ୍ୟ।

ସମ୍ବନ୍ଧିତ ଖବର