ଟ୍ୟାଙ୍କ୍‌ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍‌ଡିଓ) ଆଜି ଆନ୍ଧ୍ର ପ୍ରଦେଶର କୁର୍‌ନୁଲରେ ସଂପୂର୍ଣ୍ଣ ସ୍ବଦେଶ ନିର୍ମିତ ମେନ୍‌ ପୋର୍ଟେବଲ ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ୍‌ ମିସାଇଲ୍‌ (ଏମ୍‌ପିଏଟିଜିଏମ୍‌)ର ସଫଳ ପରୀକ୍ଷଣ କରିଛି। ଏମ୍‌ପିଏଟିଜିଏମ୍‌ ପରୀକ୍ଷଣର ଏହା ତୃତୀୟ ପର୍ଯ୍ୟାୟ ଥିଲା। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‌ଡିଓକୁ ଅଭିନନ୍ଦନ ଜଣାଇଛନ୍ତି। ଟ୍ରାଇପାଡ ଲଂଚରରୁ ଏମ୍‌ପିଏଟିଜିଏମ୍‌କୁ ପ୍ରକ୍ଷେପଣ କରାଯାଇଥିଲା ଏବଂ ଏହା ଶତ ପ୍ରତିଶତ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର