ନୂଆଦିଲ୍ଲୀ : ଭାରତ ଆଜି ଆନ୍ଧ୍ର ପ୍ରଦେଶ ତଟରେ ୩୫୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରଖୁଥିବା ପରମାଣୁ ଅସ୍ତ୍ରବାହକ କେ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍ଡିଓ) ଦ୍ବାରା ବିକଶିତ ହୋଇଥିବା ଏହି ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ସ୍ବଦେଶ ନିର୍ମିତ ପରମାଣୁ ବୁଡ଼ା ଜାହାଜ ଆଇଏନ୍ଏସ୍ ଅରିହନ୍ତରେ ମୁତୟନ କରାଯିବ। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଭାରତର ପରମାଣୁ ଆକ୍ରମଣ କ୍ଷମତା ଆହୁରି ଶାଣିତ ଓ ଶକ୍ତିଶାଳୀ ହୋଇଛି। ସମଗ୍ର ଏସିଆରେ ଭାରତକୁ ଏକ ନୂଆ ଶକ୍ତିର ପରିଚୟ ଦେଇଛି।
ଡିଆର୍ଡିଓ ପକ୍ଷରୁ ଗତ ୨ ବର୍ଷ େହଲା ଲଗାତାର ପ୍ରୟାସ ପରେ ଏହି ପରମାଣୁ କ୍ଷେପଣାସ୍ତ୍ରର ପରୀକ୍ଷଣ ଯୋଜନା ଗତମାସରେ କରାଯାଇଥିଲା। ଶେଷରେ ଆଜି ଏହାର ସଫଳ ପରୀକ୍ଷଣ ସମ୍ଭବ ହୋଇଥିଲା। ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରକୁ ପାଣି ଭିତରେ ଥିବା ଏକ ପ୍ଲାଟ୍ଫର୍ମରୁ ଛଡ଼ାଯାଇଥିଲା। ୩୫୦୦ କିମି ପର୍ଯ୍ୟନ୍ତ ପରମାଣୁ ଆକ୍ରମଣ କରିବାକୁ ଏହି କ୍ଷେପଣାସ୍ତ୍ର ସକ୍ଷମ ଥିବାରୁ ଦକ୍ଷିଣ ଏସିଆରେ ଏହା ସୁରକ୍ଷା ସନ୍ତୁଳନରେ ବିଶେଷ ସହାୟକ ହେବ ବୋଲି କୁହାଯାଇଛି।
ଭାରତ ଏବେ କେ-୪ ପରମାଣୁ କ୍ଷେପଣାସ୍ତ୍ରକୁ ନିଜର ସମସ୍ତ ପରମାଣୁ କ୍ଷମତାପନ୍ନ ବୁଡ଼ା ଜାହାଜରେ ମୁତୟନ କରିବାକୁ ଯୋଜନା ରଖିଛି। ବୁଡ଼ାଜାହାଜରେ ଏହାର ମୁତୟନ ପୂର୍ବରୁ ଆଉ କେତେକ ପରୀକ୍ଷଣ ମଧ୍ୟ ସଂପୂର୍ଣ୍ଣ କରାଯିବ ବୋଲି ଜଣାପଡ଼ିଛି। କେ-୪ ସମେତ ଏବେ ବିଓ-୫ ନାମକ ଆଉ ଏକ କ୍ଷେପଣାସ୍ତ୍ରକୁ ନୌସେନା ପାଇଁ ଡିଆର୍ଡିଓ ବିକଶିତ କରୁଛି। ବିଓ-୫ର ଆକ୍ରମଣ କ୍ଷମତା ୭୦୦ କିମି ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/DRDO-missile-test-1.jpg)