ଜାତିସଂଘରେ ଇସ୍ରାଏଲ୍‌ ସପକ୍ଷରେ ଭାରତର ଭୋଟ୍‌

ନୂଆଦିଲ୍ଲୀ : ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଭାରତ ପ୍ରଥମ ଥର ପାଇଁ ଜାତିସଂଘର ଏକ ଗୁରୁତ୍ବପୂର୍ଣ୍ଣ ଅଧିବେଶନରେ ଇସ୍ରାଏଲ୍‌ ସପକ୍ଷରେ ଭୋଟ୍‌ ଦେଇଛି। ଜାତିସଂଘର ଆର୍ଥିକ ଏବଂ ସାମାଜିକ ପରିଷଦରେ ପାଲେଷ୍ଟାଇନ୍‌ର ଏକ ସ୍ବେଚ୍ଛାସେବୀ ସଂସ୍ଥା ‘ସାହେଦ୍‌’କୁ ପର୍ଯ୍ୟବେକ୍ଷକ ମାନ୍ୟତା ଦେବାପାଇଁ ଗତ ୬ ତାରିଖରେ ଭୋଟ୍‌ ଗ୍ରହଣ ହୋଇଥିଲା। ଏହି ଅଧିବେଶନରେ ଭାରତ ଇସ୍ରାଏଲ ସପକ୍ଷରେ ଭୋଟ୍‌ ଦେଇଛି। ଏହା ପ୍ରଥମ ଘଟଣା। ଭାରତ ପୂର୍ବରୁ କେବେ ଇସ୍ରାଏଲ ସପକ୍ଷରେ ଜାତିସଂଘରେ ଭୋଟ୍‌ ଦେବାର ନଜିର ନାହିଁ।

ସମ୍ବନ୍ଧିତ ଖବର