ଅଜରବୈଜାନ ବିରୋଧୀ ଯୁଦ୍ଧରେ ଆର୍ମେନିଆ ପଛରେ ଛିଡ଼ା ହେଲା ଭାରତ; ଯୋଗାଇବ ପିନାକ ରକେଟ୍ ସିଷ୍ଟମ୍

ନୂଆଦିଲ୍ଲୀ : ଦୁଇ ମଧ୍ୟ-ଏସୀୟ ଦେଶ ଅଜରବୈଜାନ ଓ ଆର୍ମେନିଆ ମଧ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବାବେ​ଳେ ଅଜରବୈଜାନର ପ୍ରବଳ ଆକ୍ରମଣ ଆଗରେ ତିଷ୍ଠି ପାରୁନାହିଁ ଆର୍ମେନିଆ । ଅଜରବୈଜାନ ତୁର୍କୀ ନିର୍ମିତ ଡ୍ରୋନ ବ୍ୟବହାର କରି ଆର୍ମେନିଆ ଉପରେ ଅଗ୍ନିବର୍ଷା କରିଚାଲିଛି । ଏହାର ଜବାବ ଦେବା ପାଇଁ ଆର୍ମେନିଆ ପାଖରେ କୌଣସି ଅସ୍ତ୍ରନାହିଁ ।

କିନ୍ତୁ ଆର୍ମେନିଆର ଏହି ବିପଦ ସମୟରେ ଛିଡ଼ା ହୋଇଛି ଭାରତ । ଆର୍ମେନିଆକୁ ପିନାକ ରକେଟ ସିଷ୍ଟମ୍ସ ବିକ୍ରି କରିବାକୁ ଭାରତ ସରକାର ଚଳିତ ମାସ ଆରମ୍ଭରେ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁସାରେ ଆର୍ମେନିଆ ପ୍ରାୟ ୨ ହଜାର କୋଟି ଟଙ୍କାର ପିନାକ ରକେଟ ସିଷ୍ଟମ କିଣିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।

ଭାରତ ଆର୍ମେନିଆକୁ ସହାୟତା କରିବାର ଏକ କାରଣ ରହିଛି । କଶ୍ମୀର ପ୍ରସଙ୍ଗରେ ଅଜବୈଜାନ ସବୁବେଳେ ପାକିସ୍ତାନକୁ ସମର୍ଥନ କରିଆସିଛି । ଅନ୍ୟପକ୍ଷରେ ଆର୍ମେନିଆ ସବୁବେଳେ ଭାରତକୁ ସହାୟତା କରିଆସିଛି । ଏହି ସମର୍ଥନ ପାଇଁ ଭାରତ ଏବେ ଆର୍ମେନିଆର ବିପଦ ସମୟରେ ତା ପଛରେ ଛିଡ଼ା ହୋଇଛି ।

କେବଳ ଏତିକି ନୁହେଁ, ଭାରତ ଆର୍ମେନିଆକୁ କ୍ଷେପଣାସ୍ତ୍ର, ଗୋଳାବାରୁଦ ମଧ୍ୟ ଯୋଗାଇଦେବ । ଏହା ଫଳରେ ଆର୍ମେନିଆ ସେନା ଅଜରବୈଜାନ ଆକ୍ରମଣର ସଫଳ ମୁକାବିଲା କରିୁପାରିବ ।

ଭାରତ ଆର୍ମେନିଆକୁ ସହାୟତା କରିବାର ଏକ କାରଣ ମଧ୍ୟ ରହିଛି । କଶ୍ମୀର ପ୍ରସଙ୍ଗରେ ଅଜବୈଜାନ ସବୁବେଳେ ପାକିସ୍ତାନକୁ ସମର୍ଥନ କରିଆସିଛି । ଅନ୍ୟପକ୍ଷରେ ଆର୍ମେନିଆ ସବୁବେଳେ ଭାରତକୁ ସହାୟତା କରିଆସିଛି । ଏହି ସମର୍ଥନ ପାଇଁ ଭାରତ ଏବେ ଆର୍ମେନିଆର ବିପଦ ସମୟରେ ତା ପଛରେ ଛିଡ଼ା ହୋଇଛି ।

ଗତ ସପ୍ତାହରେ ବିବାଦୀୟ ନଗର୍ନୋ-କାରାବାଖ ଅଂଚଳକୁ ନେଇ ପୁଣି ଥରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ଆର୍ମେନିଆ ପକ୍ଷରୁ ଦାବି କରାଯାଇଛି ଯେ ଅଜରବୈଜାନ ସେନାର ଆକ୍ରମଣରେ ୪୯ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି । ୨୦୨୦ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧରେ ଆର୍ମେନିଆ ପରାଜୟ ବରଣ କରିଥିଲା ।

ସମ୍ବନ୍ଧିତ ଖବର