କାଠମାଣ୍ଡୁ: ନେପାଳର ରାଜନୈତିକ ଇତିହାସରେ ଅଭୂତପୂର୍ବ ଘଟଣା ଦେଖିବାକୁ ମିଳିଛି। ସରକାର ଓ ବ୍ୟବସ୍ଥା ବିରୋଧରେ ଜେନ୍-ଜି (ଯୁବଗୋଷ୍ଠୀ)ର ପ୍ରଦର୍ଶନ ଭୟାନକ ହିଂସାର ରୂପ ନେବା ପରେ ମଙ୍ଗଳବାର କେପି ଶର୍ମା ଓଲିଙ୍କ ସରକାରର ପତନ ଘଟିଥିଲା ଏବଂ ଏହାର ୩ ଦିନ ପରେ ଶୁକ୍ରବାର ଅନ୍ତରୀଣ ସରକାର ଗଠନ ହୋଇଥିଲା। ସେନା ଓ ଜେନ୍-ଜି ମଧ୍ୟରେ ନେତୃତ୍ବକୁ ନେଇ ଲାଗି ରହିଥିବା ଅସହମତି ଦୂର ହେବାପରେ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ସୁଶୀଳାଙ୍କୁ ଶପଥ ପାଠ କରାଇଥିଲେ।
ସୁଶୀଲା କ୍ଷମତାକୁ ଆସିବା ପରେ ଭାରତ ତାଙ୍କୁ ଶୁଭେଚ୍ଛା ଦେବା ସହ ତାଙ୍କର ନେତୃତ୍ବ ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା ପ୍ରକଟ କରିଛି। ବୈଦେଶିକ ମନ୍ତ୍ରାଳୟ (ଏମଇଏ) ଏକ ବିବୃତିରେ କହିଛି ଯେ, "ଆମେ ସୁଶୀଳା କାର୍କୀଙ୍କ ନେତୃତ୍ୱରେ ନେପାଳରେ ଏକ ନୂତନ ଅନ୍ତରୀଣ ସରକାର ଗଠନକୁ ସ୍ୱାଗତ କରୁଛୁ। ଆମେ ଆଶା କରୁଛୁ ଯେ, ଏହା ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବ। ଏକ ନିକଟତମ ପଡ଼ୋଶୀ, ଏକ ଗଣତାନ୍ତ୍ରିକ ଦେଶ ଏବଂ ଏକ ଦୀର୍ଘକାଳୀନ ବିକାଶର ସହଯୋଗୀ ଭାବରେ, ଭାରତ ଉଭୟ ଦେଶର ଲୋକଙ୍କ କଲ୍ୟାଣ ଏବଂ ସମୃଦ୍ଧି ପାଇଁ ନେପାଳ ସହିତ ନିବିଡ଼ ଭାବରେ କାର୍ଯ୍ୟ କରିବା ଜାରି ରଖିବ।"
ଦେଶରେ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସୁଶୀଳା ଏହି ଅନ୍ତରୀଣ ସରକାରର ନେତୃତ୍ବ ନେବେ। ସମ୍ବିଧାନରେ ବଡ଼ଧରଣର ପରିବର୍ତ୍ତନ ପାଇଁ ଜେନ୍ ଜିର ଦାବି ଅନ୍ତରୀଣ ସରକାର ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ସୁଶୀଳା ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକରେ ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ସୁପାରିସ କରିବେ ବୋଲି ଜଣାପଡ଼ିଛି। ନେପାଳ ସମ୍ବିଧାନର ଧାରା ୨୭୩ ଅନୁଯାୟୀ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ, ସଶସ୍ତ୍ର ବିଦ୍ରୋହ କିମ୍ବା ଅନ୍ୟାନ୍ୟ ଜଟିଳ ସଙ୍କଟଜନକ ପରିସ୍ଥିତିରେ ଦେଶ ସର୍ବାଧିକ ୬ ମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରିବ।
Nepal | sushila-karki
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/13/new-project-2025-09-13-08-45-33.jpg)