ନିୟନ୍ତ୍ରଣ ରେଖା ଦେଇ ପାକିସ୍ତାନ ସହ ବାଣିଜ୍ୟ କାରବାରକୁ ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତ ସରକାର ନିଜର କାର୍ଯ୍ୟାନୁଷ୍ଠାନ ଅବ୍ୟାହତ ରଖିଛନ୍ତି । ଏହି କ୍ରମରେ ଭାରତ ସରକାର ଆଜି ଜାମ୍ମୁ ଓ କାଶ୍ମୀର ନିୟନ୍ତ୍ରଣ ରେଖା ଦେଇ ହେଉଥିବା ବାଣିଜ୍ୟ କାରବାରକୁ ବନ୍ଦ କରିଦେଇଛନ୍ତି । ଏହି ପଥ ଦେଇ ପାକିସ୍ତାନରୁ ବେଆଇନ ଅସ୍ତ୍ରଶସ୍ତ୍ର, ନିଶାଦ୍ରବ୍ୟ ଓ ନକଲି ନୋଟ ଭାରତକୁ ଆସୁଥିଲା ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏନଆଇଏ ତଦନ୍ତରୁ ଜଣାପଡିଛି ଯେ ଏସବୁ କଳାକାରବାର ବିଭିନ୍ନ ଆତଙ୍କବାଦୀ ସଂଗଠନଗୁଡ଼ିକ ଚଳାଉଥିଲେ ଓ ସେଥିରୁ ହେଉଥିବା ଆୟକୁ ଭାରତ ବିରୋଧରେ ବ୍ୟବହାର କରୁଥିଲେ ।
ଗତ ଫେବ୍ରୁଆରୀ ୧୪ରେ ହୋଇଥିବା ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ କରିଥିଲା । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାଫଳରେ ଦୁଇଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଯାଇଥିଲା । ଯୁଦ୍ଧ ଆଶଙ୍କାକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ଚାଲିଥିବା ଟ୍ରେନ ସେବା ମଧ୍ୟ ସାମୟିକଭାବେ ବନ୍ଦ କରିଦିଆଯାଇଥିଲା ।

ସମ୍ବନ୍ଧିତ ଖବର