ଭାରତ ନିୟନ୍ତ୍ରଣକୁ ଆସିଲା ଇରାନର ଚାବାହାର ବନ୍ଦର, ପାକିସ୍ତାନ ବିରୋଧୀ ରଣନୀତି ପାଇଁ ସହାୟକ ହେବ

ନୂଆଦିଲ୍ଲୀ : ଇରାନରେ ଭାରତ ସହାୟତାରେ ନିର୍ମିତ ଚାବାହାର ବନ୍ଦର ଏବେ କାର୍ଯ୍ୟକ୍ଷମ ହୋଇଛି । କିଛିମାସ ତଳେ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ନିକଟରେ ଇରାନ ସରକାର ଏହି ବନ୍ଦରର ପରିଚାଳନାଭାର ଭାରତ ସରକାରଙ୍କୁ ହସ୍ତାନ୍ତର କରିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ଗଠିତ ଇଣ୍ଡିଆ ପୋର୍ଟ୍ସ ଗ୍ଲୋବାଲ ଲିମିଟେଡ (ଆଇପିଜିଏଲ) ଏହି ପରିଚାଳନା ଦାୟିତ୍ୱ ଗ୍ରହଣ କରିଛି ।

ଏହି ବନ୍ଦର ଦ୍ୱାରା କେବଳ ଭାରତ, ଇରାନ ନୁହେଁ ଆଫଗାନିସ୍ତାନ ମଧ୍ୟ ବିଶେଷଭାବେ ଉପକୃତ ହେବ । ଏଣୁ ଏହାକୁ ଭାରତ-ଇରାନ-ଆଫଗାନିସ୍ତାନ ମୈତ୍ରୀ ଓ ରଣନୈତିକ ସହଯୋଗିତାର ଏକ ଅଂଶ ବୋଲି କୁହାଯାଉଛି । କାରଣ ଏହି ବନ୍ଦର ହେଲେ ଭାରତ ଆଫଗାନିସ୍ତାନ ଓ କେନ୍ଦ୍ର ଏସିଆରେ ସିଧାସଳଖ ପହଞ୍ଚିପାରିବ । ଇରାନରୁ ତୈଳ ଆମଦାନୀ ମଧ୍ୟ ସହଜ ହେବ । ଆଫଗାନିସ୍ତାନ ରପ୍ତାନି ଆମଦାନୀ ପାଇଁ ସବୁବେଳେ ପାକିସ୍ତାନ ଉପରେ ନିର୍ଭର କରୁଥିଲା । କିନ୍ତୁ ଏବେ ଆଉ ପାକିସ୍ତାନ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏହା ଫଳରେ ଆତଙ୍କବାଦ ବିରୋଧୀ ଲଢେଇରେ ଏହି ତିନି ଦେଶ ଏକାଠି ହୋଇପାରିବେ ।

ନିକଟରେ ଆମେରିକା ମଧ୍ୟ ଇରାନ ଉପରେ ଲଗାଇଥିବା କଟକଣାକୁ ଏହି ବନ୍ଦର ପାଇଁ କୋହଳ କରିଛି । କାରଣ ପାକିସ୍ତାନ ଆମେରିକା ସଂପର୍କ ଖରାପ ହେଉଥିବାବେଳେ ଏହି ବନ୍ଦର ଦେଇ ହିଁ ଆଫଗାନିସ୍ତାନକୁ ପରିବହନ କରିହେବ ।

ସମ୍ବନ୍ଧିତ ଖବର