୪୦ ସହିଦଙ୍କ ଜବାବ ୩୦୦ରେ ଦେଲା ଭାରତ: ଚାରିଆଡ଼େ ଶୁଭୁଛି ‘ହିନ୍ଦୁସ୍ତାନ ଜିନ୍ଦାବାଦ୍‌’

ନୂଆଦିଲ୍ଳୀ: ପୁଲଓ୍ଵାମା ଆକ୍ରମଣର ୧୨ ଦିନ ଭିତରେ ଭାରତ ନିଜର ପ୍ରତିଶୋଧ ପୂରା କରିପାରିଛି। ୪୦ ଜଣ ସେନା ଯବାନଙ୍କ ସହିଦ ହେବାର ପ୍ରତିଶୋଧ ପୂରା କରିବାକୁ ଯାଇ ଭାରତୀୟ ବାୟୁ ସେନାର ମିରେଜ୍‌ ୨୦୦୦ ଲଢୁଆ ବିମାନ ଭାରତ-ପାକ୍‌ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ପକାଇ ପାକ୍‌ ଅଧିକୃତ କଶ୍ମୀରର ସବୁଠାରୁ ବଡ଼ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ଧ୍ୱଂସ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି।  ୪୦ ସହିଦଙ୍କ ଜୀବନହାନିର ଜବାବ ଭାରତ ୩୦୦ରେ ଦେଇଛି ବୋଲି ଏବେ ଚର୍ଚ୍ଚା ହେଉଛି।

ଏହି ଆକ୍ରମଣ ପରେ ସାରା ଭାରତରେ ଏବେ ହିନ୍ଦୁସ୍ତାନ୍‌ ଜିନ୍ଦାବାଦ୍‌ ବୋଲି ସ୍ଲୋଗାନ୍‌ ଶୁଭୁଛି। ସହିଦ ଯବାନ ପରିବାରଙ୍କ ଆଖିରୁ ଲୁହ ଶୁଖିବା ପୂର୍ବରୁ ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତ। ବାୟୁସେନାର ଏପରି ସାହସୀ ପଦକ୍ଷେପକୁ ପ୍ରଶଂସା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସେ ଏ ନେଇ ଏକ ଟୁଇଟ୍‌ ଜରିଆରେ ଭାରତୀୟ ବାୟୁସେନାର ସାହସକୁ ପ୍ରଶଂସା କରିଛନ୍ତି। ରାହୁଲ ଲେଖିଛନ୍ତି, ‘ଭାରତୀୟ ବାୟୁ ସେନା ପାଇଲଟ୍‌ଙ୍କୁ ମୁଁ ସାଲ୍ୟୁଟ୍‌ କରୁଛି।’

ସମ୍ବନ୍ଧିତ ଖବର