ମସ୍କୋ ଠାରେ ଆୟୋଜିତ ହେବାକୁ ଥିବା ‘ତାଲିବାନ’ ବୈଠକରେ ଭାରତ ‘ଅଣ ଆଧିକାରକ’ ଭାବେ ଅଂଶଗ୍ରହଣ କରିବ 

ମସ୍କୋ (ଋଷିଆ): ଆଫ୍‌ଗାନିସ୍ଥାନରେ ତାଲିବାନୀ ସମସ୍ୟାର ସମାଧାନ ପାଇଁ ଋଷିଆର ରାଜଧାନୀ ମସ୍କୋ ଠାରେ ଆଫଗାନିସ୍ଥାନ ଓ ଋଷିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଭାରତ ମଧ୍ୟ ‘ଅଣ ଆଧିକାରକ’ (ନନ୍‌- ଅଫିସିଆଲ ଲେବଲ) ଭାବେ ଅଂଶଗ୍ରହଣ କରିବ ବୋଲି ଘୋଷଣା କରିଛି।

ବିଶ୍ୱ ସ୍ତରରେ ସୃଷ୍ଟି ହୋଇଥିବା କେତେକ ସମସ୍ୟା ଓ ପ୍ରସଙ୍ଗର ସମାଧାନ ନିମନ୍ତେ ଉଭୟ ଋଷିଆ ଓ ଭାରତ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେବା ପରେ ଋଷିଆ ପକ୍ଷରୁ ଆଫ୍‌ାଗାନିସ୍ଥାନ ସହ ଏହି ବୈଠକର ଆୟୋଜନ କରିଛି ଋଷିଆ। ଏହି ବୈଠକରେ ଆଫ୍‌ଗାନିସ୍ଥାନର ତାଲିବାନୀ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରାଯିବ। ଏହି ବୈଠକରେ ଋଷିଆ ଓ ଆଫଗାନିସ୍ଥାନର ନେତୃମଣ୍ଡଳୀ ସହ ଅଧିକାରୀ ମଣ୍ଡଳୀ ଯୋଗ ଦେଉଥିବା ବେଳେ କିଛି ତାଲିବାନୀ ନେତାମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ, ଏହି ବୈଠକରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟର ଦୁଇ ଜଣ ପଦାଧିକାରୀ ‘ଅଣ ଆଧିକାରକ’ ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଭିଶ୍‌ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର