ପ୍ରକାଶ ପାଇଲା ଇଣ୍ଡିଆ ଟିବି ରିପୋର୍ଟ ୨୦୨୦ : ଓଡ଼ିଶାରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ୫୩୬୧୨

୨୦୧୮ ତୁଳନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି

ନୂଆଦିଲ୍ଲୀ : ଓଡ଼ିଶାରେ ୨୦୧୯ରେ ସମୁଦାୟ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ହେଉଛି ୫୩୬୧୨। ଏଥି ମଧ୍ୟରୁ ପୁରୁଷ ରୋଗୀଙ୍କ ସଂଖ୍ୟା ୩୫୭୫୭ ‌ଥିବା ବେଳେ ମହିଳା ରୋଗୀଙ୍କ ସଂଖ୍ୟା ହେଉଛି ୧୭୭୯୨। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିବା ବାର୍ଷିକ ଇଣ୍ଡିଆ ଟିବି ରିପୋର୍ଟ ୨୦୨୦ରେ ଏହି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟରେ ୨୦୧୯ରେ ରାଜ୍ୟରେ ଶିଶୁ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ୨୪୫୦ ଥିବା ଦର୍ଶାଯାଇଛି। ୨୦୧୯ରେ ଓଡ଼ିଶାରେ ମୋଟ ୬୩ ଜଣ ଟ୍ରାନ୍‌ସଜେଣ୍ଡର ଯକ୍ଷ୍ମାରୋଗୀ ଥିବା ଉଲ୍ଲେଖ କରାଯାଇଛି। ମୋଟ ୫୩୬୧୨ ଜଣ ରୋଗୀଙ୍କ ମଧ୍ୟରୁ ୫୧୯୮୦ ଜଣଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିବା ରିପୋର୍ଟରେ କୁହାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୧୮ରେ ଓଡ଼ିଶାରେ ୫୦୩୦୩ ଜଣ ଯକ୍ଷ୍ମା ରୋଗୀ ଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ବୃଦ୍ଧି ପାଇ ୫୩୬୧୨ରେ ପହଞ୍ଚିଛି।୨୦୧୮ରେ ୩୪୧୫୭ ଜଣ ପୁରୁଷ, ୧୬୦୯୨ ଜଣ ମହିଳା, ୨୩୫୧ ଜଣ ଶିଶୁ ଓ ୫୪ ଜଣ ଟ୍ରାନ୍‌ସଜେଣ୍ଡର ଯକ୍ଷ୍ମା ରୋଗୀ ଥିଲେ। ଆଜି ଉନ୍ମୋଚିତ ହୋଇଥିବା ରିପୋର୍ଟରେ ସର୍ବଭାରତରେ ମୋଟ ୨୪୦୪୮୧୫ ଯକ୍ଷ୍ମା ରୋଗୀ ଥିବାର ଉଲ୍ଲେଖ କରାଯାଇଛି। ୨୦୧୮ ତୁଳନାରେ ଦେଶରେ ୧୪ ପ୍ରତିଶତ ରୋଗୀଙ୍କ ସଂଖ୍ୟା ୨୦୧୯ରେ ବୃଦ୍ଧି ପାଇଥିବାର ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର