ମୁମ୍ବାଇ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ବିଶିଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।   ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକ ପରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ୨ଟି ଟେଷ୍ଟ ଖେଳିବାକୁ ଅକ୍ଟୋବରରେ ଭାରତ ଆସିବ ଓ୍ବେଷ୍ଟଇଣ୍ଡିଜ୍ । 

Advertisment

ରବିନ୍ଦ୍ର ଜାଡେଜାଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ଦେବଦତ୍ତ ପାଡିକ୍କଲଙ୍କୁ ମଧ୍ୟ ଭାରତର ଟେଷ୍ଟ ଦଳରେ ସାମିଲ କରାଯାଇଛି। ଶ୍ରେୟସ ଆୟରଙ୍କୁ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ। ପ୍ରକୃତରେ, ଆୟର ତାଙ୍କ ପିଠି ସମସ୍ୟା ବିଷୟରେ ବିସିସିଆଇକୁ ଏକ ଚିଠି ଲେଖି ଜଣାଇଥିଲେ। ସେହିପରି କରୁଣ ନାୟାର ଦଳରୁ ବାଦ ପଡ଼ିଛନ୍ତି । ଏନ. ଜଗଦୀସନଙ୍କୁ ବ୍ୟାକଅପ୍ ୱିକେଟକିପର ଭାବରେ ଦଳରେ ସାମିଲ କରାଯାଇଛି।

୨ଟି ଟେଷ୍ଟ ଖେଳିବାକୁ ଅକ୍ଟୋବରରେ ଭାରତ ଆସିବ ଓ୍ବେଷ୍ଟଇଣ୍ଡିଜ୍ । ପ୍ରଥମ ଟେଷ୍ଟ ୨ ଅକ୍ଟୋବରରେ ଅହମ୍ମଦାବାଦଠାରେ ଓ ୨ୟ ଟେଷ୍ଟ ୧୦ ଅକ୍ଟୋବରରେ ଦିଲ୍ଲୀରେ ଖେଳାଯିବ।

ସୂଚନାଯୋଗ୍ୟ ଯେ ୨ଟି ଟେଷ୍ଟ ଖେଳିବାକୁ ଅକ୍ଟୋବରରେ ଭାରତ ଆସିବ ଓ୍ବେଷ୍ଟଇଣ୍ଡିଜ୍ । ପ୍ରଥମ ଟେଷ୍ଟ ୨ ଅକ୍ଟୋବରରେ ଅହମ୍ମଦାବାଦଠାରେ ଓ ୨ୟ ଟେଷ୍ଟ ୧୦ ଅକ୍ଟୋବରରେ ଦିଲ୍ଲୀରେ ଖେଳାଯିବ ।

ଶୁବମନ ଗିଲ୍(ଅଧିନାୟକ), ରବିନ୍ଦ୍ର ଜାଡେଜା (ଉପଅଧିନାୟକ ), ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପଡ଼ିକଲ୍ଲ, ଧ୍ରୁବ ଜୁରେଲ (ୱିକେଟ୍ ରକ୍ଷକ),ଓ୍ବାସିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ ରେଡ୍ଡୀ, ଏନ.ଜଗଦୀଶନ, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ।