ପ୍ରଥମ ଥର ପାଇଁ ରାତିରେ ପରୀକ୍ଷା ହେଲା ଅଗ୍ନି-୧ କ୍ଷେପଣାସ୍ତ୍ର

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଭାରତର ଅନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୧ର ସଫଳ ପରୀକ୍ଷଣ ହୋଇଛି । ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ଅବଦୁଲ କାଲାମ ଦ୍ୱୀପରୁ ଆଜି ଏହି ଅଣୁଅସ୍ତ୍ର ସଂପନ୍ନ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଭାରତୀୟ ସେନାର ଷ୍ଟ୍ରେଟେର୍ଜିକ ଫୋର୍ସ କମାଣ୍ଡ ପକ୍ଷରୁ ଏହାର ସଫଳ ପରୀକ୍ଷଣ କରାଯାଇଛି । ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏହାର ବିକାଶ କରାଯାଇଛି । ଡିଆରଡିଓ ପକ୍ଷରୁ ଏବେ ନିଜର ଅଧିକାଂଶ କ୍ଷେପଣାସ୍ତ୍ରର ରାତ୍ରୀକାଳୀନ ପରୀକ୍ଷଣ କରାଯାଉଛି । କିଛିଦିନ ପୂର୍ବେ ପୃଥ୍ଵୀ କ୍ଷେପଣାସ୍ତ୍ରର ରାତ୍ରୀକାଳୀନ ପରୀକ୍ଷା କରାଯାଇଥିଲା ।

ସମ୍ବନ୍ଧିତ ଖବର