ଚାନ୍ଦବାଲି,: ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ବଙ୍ଗୋପସାଗର ପୂର୍ବ ଉପକୂଳସ୍ଥ ଅବଦୁଲ କାଲାମ ଦ୍ୱୀପର ୪ନମ୍ବର ଲଞ୍ଚ୍ପ୍ୟାଡ଼ରୁ ଆଜି ଶକ୍ତିଶାଳୀ ଅଗ୍ନି-୫ କ୍ଷେପଣାସ୍ତ୍ର ର ସଫଳ ପରୀକ୍ଷଣ କରାଯାଇଛି। ସକାଳ ୯ଟା ୫୩ ମିନିଟି ସମୟରେ ଏହି ପରୀକ୍ଷା ହୋଇଛି।
ଚୀନ୍ର ଅନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ଡଙ୍ଗପେଙ୍ଗ-୫(କ)କୁ ଟକ୍କର ଦେବାକୁ ଭାରତ ଅଗ୍ନି-୫କୁ ପ୍ରସ୍ତୁତ କରିଛି। ପରମାଣୁ କ୍ଷମତା ସଂପନ୍ନ ଏହି ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଅଗ୍ନି-୫ର ଲମ୍ବ ୧୭.୫ ମିଟର, ମୋଟେଇ ୨ ମିଟର ଓ ଏହାର ଓଜନ ୫୦ ଟନ୍। ଏହି କ୍ଷେପଣାସ୍ତ୍ରରେ ୧.୫ ଟନ୍ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ତିନି ଷ୍ଟେଜ୍ ବିଶିଷ୍ଟ କଠିନ ଇନ୍ଧନ ଆବଶ୍ୟକ କରୁଥିବା ଅଗ୍ନି-୫ର ମାରକ କ୍ଷମତା ୫୦୦୦ ରୁ ୮୦୦୦ କିଲୋମିଟର। ପୂର୍ବରୁ ୨୦୧୨, ୨୦୧୩, ୨୦୧୫ ଓ ୨୦୧୬ରେ ଅଗ୍ନି- ୫ର ପରୀକ୍ଷା ସଫଳ ହୋଇଥିଲା।
୨୦୧୦ ଡିିସେମ୍ବର ୧୦ରେ ଅଗ୍ନି ସିରିଜର ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷା ହୋଇଥିଲା। ୨୦୧୧ ମସିହା ନଭେମ୍ବର ୧୫ ତାରିଖରେ ଅଗ୍ନି-୨, ୨୦୧୨ ମସିହା ସେପ୍ଟେମ୍ବର ୧୯ ତାରିଖରେ ଅଗ୍ନି-୩, ୨୦୧୪ ମସିହା ଜାନୁଆରି ୨୦ତାରିଖରେ ଅଗ୍ନି-୪ର ପରୀକ୍ଷା ସଫଳ ହୋଇଥିଲା। ଶେଷ ଥର ପାଇଁ ୨୦୧୬ ମସିହା ଡିସେମ୍ବର ୨୬ ତାରିଖର ଅଗ୍ନି ୫ର ସଫଳ ପରୀକ୍ଷଣ କରାଯାଇଥିଲା।
ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
/sambad/media/post_attachments/wp-content/uploads/2018/01/Agni-5.jpg)