ଦେଖନ୍ତୁ ଆଣ୍ଟି-ସାଟେଲାଇଟ ମିସାଇଲର ଅସଲି ଫଟୋ

ଭୁବନେଶ୍ୱର : ଆଜି ଓଡ଼ିଶା ଉପକୂଳରେ ଥିବା ଅବ୍ଦୁଲ କାଲାମ ଦ୍ୱୀପରୁ ପରୀକ୍ଷା କରାଯାଇଥିବା ଆଣ୍ଟି-ସାଟେଲାଇଟ ମିସାଇଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ମିସାଇଲର ସଫଳ ପରୀକ୍ଷଣ ସଂପର୍କରେ ଘୋଷଣା କରିବା ପରେ ସାରା ଦେଶରେ ଖୁସିର ଲହରି ଖେଳିଯାଇଥିଲା । ଏବେ ଏହି ମିସାଇଲ ପରୀକ୍ଷଣର ଫଟୋ ସାମନାକୁ ଆସିଛି ।

ଆଜି ଭାରତ ଏହି ମିସାଇଲ ପରୀକ୍ଷଣ କରିବା ପରେ ବିଶ୍ୱର ଅନ୍ୟ ୩ଟି ସୁପରପାଓ୍ଵାରଙ୍କ କ୍ଲବରେ ସାମିଲ ହୋଇଛି ।  ଆଣ୍ଟି-ସାଟେଲାଇଟ ମିସାଇଲ ମାଡ କରି ପୃଥିବୀର କକ୍ଷପଥରେ ଥିବା ଏକ ସାଟେଲାଇଟକୁ ଧ୍ୱଂସ କରାଯାଇଛି । ଏହା ସହିତ ଭାରତ ଏହି ଟେକନଲୋଜୀ ରଖିଥିବା ବିଶ୍ୱର ୪ର୍ଥ ଦେଶ ପାଲଟିଛି । ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ପାଖରେ ଏହି ଟେକନଲୋଜୀ ଥିଲା ।  ଭାରତ ୨୦୧୨ ବେଳକୁ ହିଁ ଏହି ଟେକନଲୋଜୀ ହାସଲ କରିସାରିଥିଲା ।

ସମ୍ବନ୍ଧିତ ଖବର