ବାଲେଶ୍ୱର: ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଜଳ,ସ୍ଥଳ ଓ ଆକାଶରୁ ଶତୃପକ୍ଷରୁ ବିମାନକୁ ଲକ୍ଷ୍ୟ ଭେଦ କରି ପାରୁଥିବା  ଭାରତ ଓ ରୁଷର ଜ୍ଞାନକୌଶଳରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଆଜି ଚାନ୍ଦିପୁରସ୍ଥିତି ଇଣ୍ଟେରିମ୍‌ ଟେଷ୍ଟ ରେଞ୍ଜର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ସଫଳତାର ସହିତ କରାଯାଇଛି। ୨୯୦ କିିଲୋମିଟର ଦୂରତାକୁ ଲକ୍ଷ୍ୟ ଭେଦ କରିପାରୁଥିବା ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ରର ଲମ୍ବର ୨୮ ଫୁଟ ଥିବା ବେଳେ ଗୋଲେଇ ୨ ଫୁଟ। ଏହାର ଓଜନ ୩ହଜାର କିଲୋଗ୍ରାମ। ଏହାର  ସଫଳ ପରୀକ୍ଷଣ ପରେ  ବୈଜ୍ଞାନିକମାନେ  ଆନନ୍ଦ ପ୍ରକାଶ କରିଛନ୍ତି।ଏହି କ୍ରୁଜ୍‌ ମିସାଇଲର ଗତି ଏହାର  ଦକ୍ଷତା ବୋଲି କୁହାଯାଏ। ଇତିମଧ୍ୟରେ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଭାରତୀୟ ସେନାବାହିନୀରେ ସାମିଲ କରାଯାଇ ସାରିଥିବା ବେଳେ ଏହାର ଅତ୍ୟାଧୁନିକ ପରୀକ୍ଷଣ ଆଜି ସଫଳ ହୋଇଛି।

ସମ୍ବନ୍ଧିତ ଖବର