ଭବିଷ୍ୟତର ଯୁଦ୍ଧ ମହାକାଶରେ ଲଢାଯିବ ! ଏଥିପାଇଁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ : ଆଜି ମହାକାଶରେ ନିଜର ଶକ୍ତି ପ୍ରଦର୍ଶନ କରିଛି । ଆଣ୍ଟି-ସାଟେଲାଇଟ ମିସାଇଲ ମାଡ କରି ପୃଥିବୀର କକ୍ଷପଥରେ ଥିବା ଏକ ସାଟେଲାଇଟକୁ ଧ୍ୱଂସ କରାଯାଇଛି । ଏହା ସହିତ ଭାରତ ଏହି ଟେକନଲୋଜୀ ରଖିଥିବା ବିଶ୍ୱର ୪ର୍ଥ ଦେଶ ପାଲଟିଛି । ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ପାଖରେ ଏହି ଟେକନଲୋଜୀ ଥିଲା ।

ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଭାରତ କାହିଁକି ଏହି ଟେକନଲୋଜୀ ଉପରେ ଏତେ ଗୁରୁତ୍ୱ ଦେଉଛି ? ଏହାର କାରଣ ହେଉଛି ବିଶ୍ୱ ପୁଣି ଥରେ ମହାକାଶର ସାମରିକୀକରଣ ଆଡ଼କୁ ଗତିକରୁଛି । ଏହାର କାରଣ ହେଉଛି ଚାଇନା । ଚାଇନା ଦ୍ରୁତ ଗତିରେ ନିଜର ମହାକାଶ ଶକ୍ତିକୁ ବୃଦ୍ଧି କରୁଛି । ଚୀନ ପ୍ରଥମେ ୨୦୦୭ ଜାନୁୟାରୀରେ ଏ ଧରଣର ମିସାଇଲ ପରୀକ୍ଷା କରିଥିଲା । ଏହାପରଠାରୁ ଚୀନ ନିଜର ମହାକାଶ ଶକ୍ତିକୁ ବୃଦ୍ଧି କରିଚାଲିଛି । ଏହା ଫଳରେ ଆମେରିକା ମଧ୍ୟ ମହାକାଶ ସେନାକୁ ପୁଣି ଛିଡା କରୁଛି ।

Life of Soldiers

ଗତ ୬୦ ଦଶକରେ ଆମେରିକା ଓ ଋଷିଆ ଆଣ୍ଟି-ସାଟେଲାଇଟ ମିସାଇଲର ପରୀକ୍ଷା କରିଥିଲେ । ଏହାର ପରବର୍ତ୍ତି କିଛି ଦଶନ୍ଧି ଉଭୟ ଦେଶ ମହାକାଶରେ ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଯୋଗୀତାରେ ଅବତୀର୍ଣ୍ଣ ହେଲେ । ଏହାକୁ ଷ୍ଟାର-ଓ୍ଵାର କୁହାଗଲା । କିନ୍ତୁ ସୋଭିଏତ ସଂଘର ବିଘଟନ ପରେ ଏହି ପ୍ରତିଯୋଗୀତା ମଧ୍ୟ ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ ଋଷିଆ ଓ ଚୀନ ନିଜର ମହାକାଶ ଶକ୍ତିକୁ ବୃଦ୍ଧି କରୁଥିବାରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ଷ୍ଟ୍ରାଟର୍ଜିକ ସ୍ପେଶ କମାଣ୍ଡ ଗଠନ ପାଇଁ ଅନୁମତି ଦେଇଛନ୍ତି । ଭବିଷ୍ୟତରେ ଏହି ପ୍ରତିଯୋଗିତା ତୀବ୍ର ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ମହାକାଶରେ ନିଜର ସାମରିକ ଶକ୍ତିକୁ ବୃଦ୍ଧି କରୁଛି ।

ସମ୍ବନ୍ଧିତ ଖବର