ସାନ୍ ଫ୍ରାନ୍ସିସ୍କୋ: ଏ ବର୍ଷ ଫୋର୍ବସ୍ ବାର୍ଷିକ ଧନୀ ବ୍ୟକ୍ତି ତାଲିକାର ଶୀର୍ଷରେ ରହିଛନ୍ତି ଆମାଜନ୍ର ସିଇଓ ଜେଫ୍ ବିଜୋସ୍। ମଙ୍ଗଳବାର ଦିନ ଫୋର୍ବସ୍ ପକ୍ଷରୁ ପ୍ରକାଶିତ ତାଲିକାରୁ ଏ କଥା ଜଣାପଡ଼ିଛି।୧୯୯୪ରେ ବିଜୋସ୍ ଅନ୍ଲାଇନ୍ ବୁକ୍ ଷ୍ଟୋର୍ ଭାବେ ଆମାଜନ୍ ସଂସ୍ଥାପନ କରିଥିଲେ।
ତାଲିକା ଅନୁସାରେ, ଭାରତରେ ଅଛନ୍ତି ୧୨୧ ଜଣ ଅରବପତି। ଗତ ବର୍ଷ ତାଲିକା ଅପେକ୍ଷା ଏଥର ତାଲିକାରେ ଆଉ ୧୯ ଜଣ ଭାରତୀୟ ବଢ଼ିଛନ୍ତି। ଫଳରେ ତାଲିକାରେ ତୃତୀୟ ସ୍ଥାନ ପାଇଛି ଭାରତ। ୫୮୫ ଜଣ ଥାଇ ପ୍ରଥମରେ ରହିଛି ଆମେରିକା ଏବଂ ୩୭୩ ଜଣ ଥାଇ ଦ୍ୱିତୀୟରେ ଚୀନ୍।
ଭାରତର ବିତ୍ତଶାଳୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କର ୨୦୧୮ରେ ୧୬. ୯ ବିଲିୟନ୍ ଡଲାର୍ ଅଧିକ ବଢ଼ିଛି। ଏବେ ତାଙ୍କ ସମ୍ପତ୍ତିର ମୂଲ୍ୟ ୪୦. ୧ ବିଲିୟନ୍ ଡଲାର୍। ଫୋର୍ବସ୍ ପ୍ରସ୍ତୁତ କରିଥିବା ବିଶ୍ୱର ୨, ୨୦୮ ଧନିକ ତାଲିକାରେ ତାଙ୍କର କ୍ରମିକ ସଂଖ୍ୟା ୧୯। ୨୦୧୭ରେ ୨୩. ୨ ମିଲିୟନ୍ ଡଲାର୍ ଥାଇ ତାଙ୍କର ସ୍ଥାନ ଥିଲା ୩୩ ନମ୍ବରରେ।
ଇସ୍ପାତ୍ ଉଦ୍ୟୋଗୀ ଲକ୍ଷ୍ମୀ ମିତ୍ତଲଙ୍କୁ ଟପି ସଫ୍ଟ୍େଓ୍ଵର୍ ଉଦ୍ୟୋଗୀ ଅଜିମ୍ ପ୍ରେମ୍ଜୀ ଭାରତର ଦ୍ୱିତୀୟ ଧନି ଭାବେ ସ୍ଥାନିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/muskesh.jpg)