ନୂଆଦିଲ୍ଲୀ: ଶନିବାର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ୫ବର୍ଷ ପୁରି ଯାଇଛି। ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ଘଟଣାପରେ ବଳାତ୍କାର ବା ଦୁଷ୍କର୍ମକୁ ନେଇ ଆଇନ୍କାନୁନ୍ ଶକ୍ତ ହୋଇଛି। କିନ୍ତୁ ତଥାପି ମଧ୍ୟ ଦେଶରୁ ଏହି କଳଙ୍କ ଛାଡ଼ି ନଥିବା ଅନେକେ ମତବ୍ୟକ୍ତ କରିଛନ୍ତି। ରାଜଧାନୀ ଦିଲ୍ଲୀରେ କାର୍ଯ୍ୟରତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ମଧ୍ୟ ଏଠାରେ ନିଜକୁ ସରକ୍ଷିତ ମଣୁ ନାହାନ୍ତି। ଦେଶରେ ବର୍ଦ୍ଧିତ ଦୁଷ୍କର୍ମ ଯୋଗୁଁ ଭାରତ ସାରା ବିଶ୍ୱର ଦୁଷ୍କର୍ମ ତାଲିକାରେ ୩ ନମ୍ବରକୁ ଆସିଛି। ଆମେରିକା ଓ ବ୍ରାଜିଲ ଏହି ତାଲିକାରେ ଯଥାକ୍ରମେ ୧ ଓ୨ ନମ୍ବରରେ ତିବା ବେଳେ ଭାରତ ୩ ନମ୍ବରରେ ରହିଛି। ନିଜର ସଂସ୍କୃତି ଓ ପରମ୍ପରା ପାଇଁ ବିଶ୍ୱ ଦରବାରରେ ବିଦିତ ହୋଇବତିବା ଭାରତ ଏହି କଳଙ୍କ ଯୋଗୁଁ ଏବେ ବିଶ୍ୱର ନିନ୍ଦନୀୟ ସ୍ଥିତି ଆଡ଼କୁ ଗତି କରୁଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଏବେବି ସାରା ଦେଶରେ ବର୍ଷକୁ ହାରାହାରି ୨୦ ହଜାର ଦୁଷ୍କର୍ମ ମାମଲା ଦାୟର ହେଉଥିବା ବେଳେ ଦିନକୁ ସାରା ଦେଶରେ ହେଉଥିବା ଦୁଷ୍କର୍ମ ସଂଖ୍ୟ ୯୨। ନିକଟରେ ମଧ୍ୟପ୍ରଦେଶ ସରକାର ଏହି ଦୁଷ୍କର୍ମକୁ ନେଇ ଆଇନ୍ ବ୍ୟବସ୍ଥାକୁ କନାକଡ଼ି କରିବାକୁ ଯାଇ ଏଥିପାଇଁ ମୃତ୍ୟୁ ଦଣ୍ଡାଦେଶ ଘୋଷଣା କରିଛନ୍ତି।
ତଥାପି ଭାରତରୁ ଛାଡ଼ିନି ଦୁଷ୍କର୍ମ କଳଙ୍କ ଏବେ ବି ସାରା ବିଶ୍ୱରେ ୩ ନମ୍ବର
/sambad/media/post_attachments/wp-content/uploads/2017/12/Indian-Ladies-Against-Rape-demonstration.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)