କୋଲକାତା: ବାୟୁସେନା ପାଇଁ ଅତି ଜରୁରୀ ଥିବାରୁ ଭାରତ ସରକାର ୨୦୦ ଲଢୁଆ ଯୁଦ୍ଧ ବିମାନ ହାସଲ କରିବାକୁ ଯାଉଛି ବୋଲି ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି। ଏଥିପାଇଁ ‘ହାଲ୍’ ସହିତ ଚୁକ୍ତି ସ୍ବାକ୍ଷରିତ ହୋଇ ସାରିଛି। ହାଲ୍ ଦ୍ବାରା ପ୍ରସ୍ତୁତ ୮୩ଟି ଏଲ୍ସିଏ ତେଜସ୍ ଲଢୁଆ ବିମାନ ବାୟୁସେନା ପାଇବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ଏହା ସହିତ ଅନ୍ୟ ୧୧୦ଟି ଯୁଦ୍ଧ ବିମାନ କିଣାଯିବା ନେଇ ଆଲୋଚନା ଜାରି ରହିଛି। ମୋଟ ୨୦୦ ଯୁଦ୍ଧ ବିମାନ ଭାରତ ହାସଲ କରିବ ବୋଲି ପ୍ରତିରକ୍ଷା ସଚିବ କହିଛନ୍ତି।
ଭାରତ ୨୦୦ ଯୁଦ୍ଧ ବିମାନ ହାସଲ କରିବ
/sambad/media/post_attachments/wp-content/uploads/2020/01/images-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)