ଚୀନ ସୀମାରେ ୫୦ଟି ପୋଷ୍ଟ ନିର୍ମାଣ ହେବ, ଯବାନ ଶିଖିବେ ଚୀନ ଭାଷା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟ ଭାରତ-ଚୀନ ସୀମାନ୍ତରେ ଆହୁରି ୫୦ଟି ପୋଷ୍ଟ ନିର୍ମାଣ କରିବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ବୋଲି ମଙ୍ଗଳବାର ମତବ୍ୟକ୍ତ କରିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ।

ଏ ଦିଗରେ ପ୍ରସ୍ତୁତି କାର୍ଯ୍ୟ ବି ଆରମ୍ଭ ହୋଇଥିବା ଜଣାପଡ଼ିଛି। ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରାୟ ୨୫ ରାଜପଥର ନିର୍ମାଣ କାମ ଆଗେଇ ଚାଲିଛି। ଏହି ରାସ୍ତା ପ୍ରସ୍ତାବିତ ପୋଷ୍ଟଗୁଡ଼ିକୁ ସଂଯୋଗ କରିବ।

ଏଥିସହିତ ଗୃହମନ୍ତ୍ରୀ କହିଛନ୍ତି ଯେ, ଇଣ୍ଡୋତିଦ୍ଦତାନ୍‌ ବର୍ଡର ପୁଲିସ (ଆଇଟିବିପି) ଯବାନ ଓ ଅଫିସରମାନଙ୍କୁ ମାଣ୍ଡାରିନ୍‌ ଭାଷାରେ ତାଲିମ ଦିଆଯିବ। ଯାହାଫଳରେ ସୀମାନ୍ତର ଚୀନ-ସେନା ସହ ମୁହାଁମୁହିଁ ସମୟରେ ସେମାନେ ପ୍ରତିପକ୍ଷ ସହିତ କଥାବାର୍ତ୍ତା ହୋଇପାରିବେ।’

ଏଥିସହିତ ଗୃହମନ୍ତ୍ରୀ କହିଛନ୍ତି ଯେ, ଇଣ୍ଡୋତିଦ୍ଦତାନ୍‌ ବର୍ଡର ପୁଲିସ (ଆଇଟିବିପି) ଯବାନ ଓ ଅଫିସରମାନଙ୍କୁ ମାଣ୍ଡାରିନ୍‌ ଭାଷାରେ ତାଲିମ ଦିଆଯିବ। ଯାହାଫଳରେ ସୀମାନ୍ତର ଚୀନ-ସେନା ସହ ମୁହାଁମୁହିଁ ସମୟରେ ସେମାନେ ପ୍ରତିପକ୍ଷ ସହିତ କଥାବାର୍ତ୍ତା ହୋଇପାରିବେ।’

ନିକଟରେ ଭାରତ ପକ୍ଷରୁ ଲଦାଖରେ ଏକ ଆଦର୍ଶ ପୋଷ୍ଟ ନିର୍ମାଣ କରାଯାଇଛି, ଯାହା ଉଦ୍ଦେଶ୍ୟକୁ ଫଳପ୍ରଦ କରିଛି। ତେଣୁ ସେହିଭଳି ପୋଷ୍ଟ ସୀମାନ୍ତର ଅନ୍ୟ ସ୍ଥାନରେ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

ଚୀନ-ସୀମାନ୍ତର ସୁରକ୍ଷାକୁ ଅଧିକ ସଦୃଢ଼ କରିବା ସକାଶେ ଉନ୍ନତ ଜ୍ଞାନକୌଶଳ ଉପଯୋଗ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଆଇଟିବିପିକୁ  ଜି-ସ୍ୟାଟ କମ୍ୟୁନିକେସନ୍‌ର ବ୍ୟବହାର ଏବଂ ଉପଗ୍ରହ ମାଧ୍ୟମରେ ସୀମାରେ  ଶତ୍ରୁପକ୍ଷର ଚଳପ୍ରଚଳ ଉପରେ ନଜର ରଖିବା ପ୍ରଯୁକ୍ତି ଶିକ୍ଷା ଦିଆଯିବ।  ଏହାଫଳରେ ଆକାଶାରୁ ସୀମା ଉପରେ ନଜର ରଖାଯାଇପାରିବ।

ଅନ୍ୟପକ୍ଷରେ ପାକିସ୍ତାନ ଓ ବାଂଲାଦେଶ ସୀମାକୁ ସୁରକ୍ଷା ଯୋଗାଉଥିବା ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ)କୁ ମଧ୍ୟ ଏଭଳି ହାଇ-ଟେକ ପ୍ରଯୁକ୍ତି ଯୋଗାଇ ଦିଆଯିବ ବୋଲି ଜାଣିବାକୁ ମିଳିଛି। ଜି-ସ୍ୟାଟ କମ୍ୟୁନିକେସନ୍‌ ଲାଗି ବିଏସ୍‌ଏଫକୁ ସ୍ୱତନ୍ତ୍ର ବ୍ୟାଣ୍ଡଓ୍ଵିଥ୍‌ ଯୋଗାଇ ଦିଆଯିବା ଲାଗି ଆଲୋଚନା ମଧ୍ୟ ହୋଇଛି।

ଚୀନ ସହ ଡୋକଲାମ୍‌ଠାରେ ଭାରତୀୟ ସେନା ମୁହାଁମୁହିଁ ହେବାପରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏସବୁ ପଦକ୍ଷେପ ନିଆଯାିଛି। ଚୀନ ଭାରତୀୟ ସୀମାଠାରୁଅଳ୍ପ ଦୂରତ୍ୱରେ ରାସ୍ତା ନିର୍ମାଣ କରୁଥିବାରୁ ଏହାର ଜବାବରେ ଭାରତ ମଧ୍ୟ ପୋଷ୍ଟ ନିର୍ମାଣ ସହ ତାକୁ ସଂଯୁକ୍ତ କରିବା ଲାଗି ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେଇଛି।

ସମ୍ବନ୍ଧିତ ଖବର