ନୂଆଦିଲ୍ଲୀ : ଭାରତ ସରକାର ଏକାଥରକେ ୧୧୪ଟି ଲଢୁଆ ବିମାନ ଖରିଦ କରିବାକୁ  ବିଡ୍‌ ଆହ୍ଵାନ କରିବାକୁ ଯାଉଛନ୍ତି । ଏଗୁଡିକର ମୂଲ୍ୟ ପ୍ରାୟ ୧୫ ବିଲିୟନ ଡଲାର ( ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ) ହେବ । ଏହି ଡିଲ ପ୍ରତି ବିଶ୍ୱର ପ୍ରମୁଖ ଲଢୁଆ ବିମାନ ନିର୍ମାଣକାରୀ କମ୍ପାନି ଲକହିଡ ମାର୍ଟିନ, ବୋଇଂ, ସ୍ୱିଜରଲାଣ୍ଡର ସାବ ଆଦି ଆଗ୍ରହ ଦେଖାଇଛନ୍ତି । ସରକାରଙ୍କ ସର୍ତ୍ତ ଅନୁସାରେ ଏସବୁ ବିମାନର ପ୍ରାୟ ୮୫ ପ୍ରତିଶତ ଉତ୍ପାଦନ ଭାରତରେ ହେବ ।

Advertisment

publive-image News Track

ଭାରତୀୟ ବାୟୁସେନାର ଲଢୁଆ ବିମାନର ନିଅଣ୍ଟ ବଢିଯାଇଥିବାବେଳେ ଏବେ ସେବାରେ ଥିବା ବିମାନଗୁଡ଼ିକ ମଧ୍ୟରୁ ଅଧିକାଂଶ  ପୁରୁଣା ହୋଇଗଲାଣି । ଭାରତୀୟ ଲଢୁଆ ପାଇଲଟମାନେ ବାଧ୍ୟ ହୋଇ ନିଜ ଜୀବନକୁ ବିପନ୍ନ କରି ପୁରୁଣା ବିମାନ ଚଳାଉଛନ୍ତି ।  ଫଳରେ  ବିମାନ ଦୁର୍ଘଟଣା ସଂଖ୍ୟା ବଢିଯାଇଛି ଓ ଦେଶର ସୁରକ୍ଷା ମଧ୍ୟ ବିପନ୍ନ ହେଉଛି । ଏଥିଲାଗି ଭାରତୀୟ ବାୟୁସେନାର ଆଧୁନୀକିକରଣ ପାଇଁ ସରକାର ଅଣ୍ଟା ଭିଡିଛନ୍ତି ।