ଆମେରିକାଠାରୁ ୧୨ଟି ସି ଗାର୍ଡିଆନ ଡ୍ରୋନ କିଣିବାକୁ ଭାରତର ଯୋଜନା

ନୂଆଦିଲ୍ଲୀ : ଗତ ୨୦୧୬ରେ ବର୍ଷ ଭାରତକୁ ସି ଗାର୍ଡିଆନ ଲଢୁଆ ଡ୍ରୋନ ପ୍ରଦାନ କରିବାକୁ ଆମେରିକା ପ୍ରସ୍ତାବ ଦେଇଥିଲା । ଭାରତ ମଧ୍ୟ ପ୍ରାୟ ୨ ବିଲିୟନ ଡଲାର ବିନିମୟରେ ୨୨ଟି ଡ୍ରୋନ କିଣିବାକୁ ରାଜି ହୋଇଥିଲା । କିନ୍ତୁ ନିକଟରେ ମିଳିଥିବା ସୂଚନା ଅନୁସାରେ ଭାରତ ୨୨ଟି ନୁହେଁ ୧୨ ଟି ସି ଗାର୍ଡିଆନ ଡ୍ରୋନ କିଣିବାକୁ ଯୋଜନା କରୁଛି । ଏହା ସହିତ ଏମକ୍ୟୁ-୯ ରିପର ଡ୍ରୋନ ମଧ୍ୟକିଣିବାକୁ ମଧ୍ୟ ଯୋଜନା କରୁଛି । ସି ଗାର୍ଡିଆନ ହେଉଛି ଆମେରିକାର ଲଢୁଆ ପ୍ରିଡେଟର ଡ୍ରୋନର ନାଭାଲ ଭର୍ସନ । ଏଥିରେ ଅତି ଉଚ୍ଚରୁ ପ୍ରହରା ଦେଇପାରିବ ଓ ତାସହିତ ଏଥିରେ ହେଲଫାୟାର କ୍ଷେପଣାସ୍ତ୍ର ଓ ଲେଜର ବମ ଖଞ୍ଜି ହେବ।

ଗତ ଏପ୍ରିଲ ମାସରେ ଆମେରିକା ନିଜର ସାମରିକ ରପ୍ତାନି ନୀତିରେ ସଂଶୋଧନ କରି ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା । ଯଦି ଭାରତ ଏହି ଡ୍ରୋନ ପାଇବାରେ ସକ୍ଷମ ହୁଏ, ଏହା ପାଇବାରେ ବିଶ୍ୱର ପ୍ରଥମ ଅଣ-ନ୍ୟାଟୋ ଦେଶ ହେବ । ଏହି ଡ୍ରୋନ ପାଇଲେ ଭାରତର ଶକ୍ତି ବହୁଗୁଣିତ ହୋଇଯିବ । ଏପରିକି ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଆଉ ପାକିସ୍ତାନ ସୀମା ଭିତରକୁ ଯିବାକୁ ପଡିବ ନାହିଁ । ଡ୍ରୋନ ପଠାଇ ଏହି କାମ କରିହେବ ।

ସମ୍ବନ୍ଧିତ ଖବର