ଭାରତୀୟ ସେନା କିଣିବ ୪୮୦୦ ସ୍ନାଇପର ରାଇଫଲ

ନୂଆଦିଲ୍ଲୀ : ଭାରତୀୟ ସେନା ନିମନ୍ତେ ୪୮୦୦ ଟି ସ୍ନାଇପର ରାଇଫଲ ଓ ୭୮ ଲକ୍ଷ ରାଉଣ୍ଡ ଗୁଳି ଖରିଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏସବୁ ଅସ୍ତ୍ର ଖରିଦ ପାଇଁ ସେନା ପକ୍ଷରୁ ରିକ୍ବେଷ୍ଟ ଫର ଇନଫର୍ମେସନ ( ଆରଏଫଆଇ) ଜାରି କରାଯାଇଛି । ଏହି ପ୍ରକ୍ରିୟାରେ ବିଭିନ୍ନ କମ୍ପାନିମାନଙ୍କଠାରୁ ସେମାନଙ୍କ ନିର୍ମିତ ସ୍ନାଇପର ରାଇଫଲ ସମ୍ପର୍କରେ ଟେକନିକାଲ ତଥ୍ୟ ମଗାଯାଇଛି । ଭାରତୀୟ କମ୍ପାନି ଓ ଭାରତରେ ଉତ୍ପାଦନ କରୁଥିବା କମ୍ପାନିମାନଙ୍କଠାରୁ ଏସବୁ ରାଇଫଲ କିଣାଯିବ । ଏ ବାବଦରେ ୪୫୦ କୋଟି ଟଙ୍କା ବ୍ୟୟ କରାଯିବ ।

ଏହି ଆରଏଫଆଇରେ କୁହାଯାଇଛି ଯେ  ଟେଲିସ୍କୋପିକ ଭିଉ ଥିବା ୪୮୦୦ଟି   ସ୍ନାଇପର ରାଇଫଲ କିଣାଯିବ । ଏହା ସହିତ ୭୮ ଲକ୍ଷ ରାଉଣ୍ଡ ଗୁଳି ମଧ୍ୟ କିଣାଯିବ । ଏସବୁ ରାଇଫଲରେ .୩୩୮ ଲାପୁଆ ମାଗନମ ଗୁଳି ବ୍ୟବହାର କରାଯିବ ଓ ସେଗୁଡ଼ିକର ରେଞ୍ଜ ୧୨୦୦ ମିଟର ବା ଅଧିକ ରହିବ । ଏହି ରାଇଫଲ ଗୁଡ଼ିକର ସର୍ଭିଲ ଲାଇଫ ସର୍ବନିମ୍ନ ୧୦ ବର୍ଷ ବା ୫୦୦୦ ରାଉଣ୍ଡ ଥିବ । ଗୁଳିଗୁଡ଼ିକର ଲାଇଫ ୧୦ ବର୍ଷ ଥିବ ।

ଏସବୁ ରାଇଫଲ କ୍ରୟ ପାଇଁ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ରିକ୍ବେଷ୍ଟ ଫର ପ୍ରୋପୋଜାଲ ଜାରି କରାଯିବ । ନିୟନ୍ତ୍ରଣ ରେଖାରେ ମୁତୟନ ଥିବା ଯବାନମାନଙ୍କୁ ଏସବୁ ରାଇଫଲ ପ୍ରଦାନ କରାଯିବ । ଏହା ଦ୍ବାରା ସେମାନେ ଦୂରରୁ ଶତ୍ରୁସୈନିକମାନଙ୍କ ଉପରେ ଆକ୍ରମଣ କରିପାରିବେ ।

ସମ୍ବନ୍ଧିତ ଖବର