ଆଉ ୩୬ଟି ରାଫେଲ ବିମାନ କିଣିବ ଭାରତ, ଆସନ୍ତା ବର୍ଷ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ : ଗତ ୨୦ ତାରିଖରେ ଭାରତ ଫ୍ରାନ୍ସଠାରୁ ପ୍ରଥମ ରାଫେଲ ଲଢୁଆ ବିମାନ ପାଇଥିଲା । ୨୦୧୬ରେ ହୋଇଥିବା ଚୁକ୍ତିମୁତାବକ ଆଉ ୩୫ଟି ବିମାନ ପାଇବ ଭାରତ । ତେବେ ଏହି ୩୬ଟି ବାଦ ଆଉ ୩୬ଟି ରାଫେଲବିମାନ କିଣିବାକୁ ଭାରତ ଯୋଜନା କରୁଛି । ଏଥିଲାଗି ଆସନ୍ତା ବର୍ଷ ଅର୍ଥାତ ୨୦୨୦ରେ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ ବୋଲି ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଆଉ ୩୬ଟି ରାଫେଲ ଆସିବା ପରେ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଥିବା ରାଫେଲ ସଂଖ୍ୟା ୭୨ରେ ପହଞ୍ଚିବ ।

ଗତ ଅଗଷ୍ଟ ମାସରେ ଫ୍ରାନ୍ସ ଭାରତକୁ ଆଉ ୨ ସ୍କ୍ଵାର୍ଡନ ବା ୩୬ଟି ରାଫେଲ ବିମାନ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲା । ଏହି ୩୬ଟି ରାଫେଲ ବିମାନଗୁଡ଼ିକ ଅପେକ୍ଷାକୃତ ରିହାତି ଦରରେ ପ୍ରଦାନ କରିବାକୁ ଫ୍ରାନ୍ସ ଅଫର ଦେଇଥିଲା । ପୂର୍ବ ରାଫେଲ ଡିଲର ମୂଲ୍ୟ ୭.୮୭ ବିଲିୟନ ୟୁରୋ ରହିଥିଲା । ଏସବୁ ବିମାନରେ ଭାରତୀୟ ପରିବେଶ ଓ ରଣନୈତିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏଥର ସମାନ ବୈଶିଷ୍ଟ୍ୟ ଥିବା ୩୬ଟି ରାଫେଲ ବିମାନ ମାତ୍ର ୬ ବିଲିୟନ ୟୁରୋ ବିନିମୟରେ ପ୍ରଦାନ କରିବାକୁ ଫ୍ରାନ୍ସ ରାଜି ହୋଇଛି । ଭାରତୀୟ ବାୟୁସେନା ମଧ୍ୟ ଆଉ ୩୬ଟି ରାଫେଲ ବିମାନ ଅଧିଗ୍ରହଣ କରିବାକୁ ଆଗ୍ରହୀ ଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର