ଏହି ଛୋଟିଆ ଅସ୍ତ୍ରକୁ ଭାରତ ଋଷିଆଠାରୁ କିଣିବାକୁ ଯାଉଛି, ଆକାଶରେ ଉଡୁଥିବା ଶତ୍ରୁର ବିମାନକୁ ଖସାଇଦେବ

ନୂଆଦିଲ୍ଲୀ : କେବଳ ଏସ-୪୦୦ ପରି ବୃହତ ମିସାଇଲ ଡିଫେନ୍ସ ସିଷ୍ଟମ ଉପରେ ଭାରତ ଭରଷା କରିବ ନାହିଁ । ବରଂ ସ୍ୱଳ୍ପ ଦୂରତାରେ ଥିବା ଟାର୍ଗେଟ ଖସାଇଲା ଭଳି ଆଉ ଏକ ପ୍ରକାରର ମିସାଇଲ ଡିଫେନ୍ସ ସିଷ୍ଟମ ଭାରତକୁ ଦେବ ଋଷିଆ । ଏହି ଅସ୍ତ୍ରର ନାମ ହେଉଛି ଭିସୋରାଡ୍‌ ବା ଭେରି ସର୍ଟ ରେଞ୍ଚ ଏୟାର ଡିଫେନ୍ସ ସିଷ୍ଟମ । ଏହାକୁ  ବ୍ୟବହାର କରି  ଆକାଶରେ ଉଡୁଥିବା ଶତ୍ରପକ୍ଷର ବିମାନକୁ ଖସାଇ ହେବ । ଏନେଇ ଗତ ଅକ୍ଟୋବର ୫ରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଭାରତ ଗ୍ରସ୍ତ କାଳରେ ଆଲୋଚନା ହୋଇଥିଲା । ତେବେ ଆସନ୍ତା ବର୍ଷ ଏହି ଖରିଦ ପାଇଁ ପ୍ରାୟ ୧.୫ ବିଲିୟନ ଡଲାରର ଏକ ଚୁକ୍ତି ହେବାର ସମ୍ଭାବନା ରହିଛି । ତେବେ ଋଷିଆ ଓ ତାହାର ସହଯୋଗୀ ଦେଶଙ୍କ ଉପରେ ଆମେରିକା ଲଗାଇଥିବା କାଟସା ଆଇନ ଏହି ଚୁକ୍ତି ଆଗରେ ପ୍ରତିବନ୍ଧକ ସାଜିପାରେ । ଏହାର ସମାଧାନ ପାଇଁ ଭାରତ ଏହି ୧.୫ ବିଲିୟନ ଡଲାରର କିଛି ଅଂଶ ଭାରତୀୟ ଟଙ୍କା ଆକାରରେ ଦେବାକୁ ଯୋଜନା କରୁଛି । ଋଷିଆ ମଧ୍ୟ ଏଥିପାଇଁ ରାଜି ଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର