ଚୀନ ସୀମାରେ ବଡ଼ ଧରଣର ସମରାଭ୍ୟାସ ପାଇଁ ଭାରତର ପ୍ରସ୍ତୁତି, ମୁତୟନ ହେବ ଆମେରିକୀୟ ଅସ୍ତ୍ରଶସ୍ତ୍ର ଓ ମାଉଣ୍ଟେନ ଷ୍ଟ୍ରାଇକ କର୍ପ୍ସ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ଚୀନ ସୀମାରେ ଭାରତ ଏକ ବଡ଼ ଧରଣର ସମାରାଭ୍ୟାସ ‘ହିମ୍‌ବିଜୟ’ ଆରମ୍ଭ କରିବାକୁ ଯାଉଛି । ଏହି ସମରାଭ୍ୟାସର ବିଶେଷତ୍ୱ ହେଉଛି ଯେ ଏଥିରେ ପ୍ରଥମ ଥର ପାଇଁ ଭାରତୀୟ ସେନା ବିଭିନ୍ନ ଅତ୍ୟାଧୁନିକ ଆମେରିକୀୟ ଯୁଦ୍ଧାସ୍ତ୍ରର ବ୍ୟବହାର କରିବ । ଏଥିରେ ରହିଛି ଏମ୭୭୭ ଅଲଟ୍ରା ଲାଇଟ ହାଓ୍ଵିଜର ତୋପ, ଚିନୁକ ହେଭିଲିଫ୍ଟ ହେଲିକପ୍ଟର ଇତ୍ୟାଦି । ଆହୁରି ମଧ୍ୟ ଏହି ସମରାଭ୍ୟାସରେ ନୂଆ କରି ଗଠନ କରାଯାଇଥିବା ୧୭-ମାଉଣ୍ଟେନ ଷ୍ଟ୍ରାଇକ କର୍ପସର ରଣକୌଶଳ ପ୍ରଦର୍ଶନ କରାଯିବ । ଚୀନସୀମା ମୁଖ୍ୟତଃ ଦୁର୍ଗମ ହିମାଳୟ ପାର୍ବତ୍ୟାଞ୍ଚଳ ହୋଇଥିବାରୁ ସେଠାରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରର ପ୍ରଦର୍ଶନକୁ ପରଖିବା ଏହାର ଲକ୍ଷ୍ୟ ।

ଚୀନକୁ ନେଇ ଭାରତର ସମସ୍ୟା ଦିନକୁ ଦିନ ବଢିଚାଲିଛି । ଚୀନ ଏବେ ଖୋଲାଖୋଲି ପାକିସ୍ତାନର ସମର୍ଥନ କରୁଥିବାରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ଚୀନ ଭାରତକୁ ନିଜର ଶତ୍ରୁ ବୋଲି ଭାବୁଛି । ଗତକାଲି ସୀମାରେ ଭାରତ ଓ ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଏହାକୁ ଦୃଷ୍ଟିରେ ରଖି ଚୀନକୁ ଲାଗିଥିବା ସୀମାରେ ନିଜର ଶକ୍ତିବୃଦ୍ଧି କରୁଛି ଭାରତ । ଚୀନ ପାଖରେ ଆମେରିକୀୟ ଯୁଦ୍ଧାସ୍ତ୍ର ନଥିବାରୁ ଭାରତ ଆମେରିକୀୟ ଯୁଦ୍ଧାସ୍ତ୍ରକୁ ସୀମାରେ ମୁତୟନ କରିବାକୁ ବିଚାର କରୁଛି ।

ସମ୍ବନ୍ଧିତ ଖବର