ଆମେରିକାର କଟକଣା ଧମକ ସତ୍ତ୍ୱେ ଋଷିଆ ସହ ସାମରିକ ସଂପର୍କ ବଜାୟ ରଖିବ ଭାରତ

ଓ୍ଵାସିଂଟନ : ଏସ-୪୦୦ ପ୍ରସଙ୍ଗରେ ଭାରତ ଉପରେ କଟକଣା ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେବା ସତ୍ତ୍ୱେ ଭାରତ ଋଷିଆ ସହ ସାମରିକ ସଂପର୍କ ବଜାୟ ରଖିବ ବୋଲି ସ୍ପଷ୍ଟ କରିଦେଇଛି । ଭାରତର ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଋଷୀୟ ଗଣମାଧ୍ୟମ ସ୍ପୁଟନିକକୁ କହିଛନ୍ତି ।

ସୂଚନାଯୋଗ୍ୟ ଆମେରିକାର କଟକଣା ଧମକକୁ ଖାତିର ନକରି ଭାରତ ଋଷିଆଠାରୁ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦ କରିଛି । ଆମେରିକା ମଧ୍ୟ ଏହାକୁ ନେଇ ସେତେଟା କଡା ପ୍ରତିକ୍ରିୟା ଦେଖାଇନାହିଁ । କିନ୍ତୁ ଏହା ବୋଲି ଆମେରିକା ଚୁପ ହୋଇ ବସିଯିବ ତାହା ଭାବିବା ଠିକ ନୁହେଁ । ଆମେରିକା ଏବେ ଭାରତ ବିରୋଧରେ କଟକଣା ଲଗାଇବାର ସଂକେତ ଦେଇଛି । ଏ ସଂପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନରର ଉତ୍ତରରେ ସେ କହିଛନ୍ତି “ଭାରତର ଏହି ଦୁଃସାହସର କଣ ଜବାବ ଦିଆଯିବ ତାହା ଏବେ ଆମେରିକା ବିଚାର କରୁଛି । ଖୁବଶୀଘ୍ର ଆପଣ ଦେଖିବେ ଆମ କଣ କରୁଛୁ ।” ତୁର୍କୀ ଓ ଚୀନ ପରେ ୩ୟ ଦେଶଭାବେ ଭାରତ ଏହି ଏସ-୪୦୦ ସିଷ୍ଟମ କିଣିଛି ।

ସମ୍ବନ୍ଧିତ ଖବର