ଆମେରିକା ଚାପ : ଚଳିତ ମାସଠାରୁ ଇରାନରୁ ତେଲ ଆମଦାନି ଅଧା କମାଇଦେବ ଭାରତ

ନୂଆଦିଲ୍ଲୀ : ଆମେରିକାର ଚାପ ଯୋଗୁଁ ଭାରତୀୟ ତେଲ କମ୍ପାନିମାନେ ଚଳିତ ସେପ୍ଟେମ୍ବର ମାସ ଓ ଅକ୍ଟୋବର ମାସରେ ଇରାନରୁ ତୈଳ ଆମଦାନୀ ପ୍ରାୟ ଅଧା କମାଇଦେବ । ଇରାନଠାରୁ ତୈଳ ଆମଦାନୀ କଲେ କଟକଣା ଲଗାଇବ ବୋଲି ଆମେରିକା ଧମକ ଦେଇଛିି । ଏଥିରୁ ବର୍ତ୍ତିବାକୁ କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶ ଇରାନରୁ ତୈଳ ଆମଦାନୀ କମାଉଛନ୍ତି । ନିକଟରେ ଅନୁଷ୍ଠିତ ୨+୨ ବୈଠକରେ ଏହି କଟକଣାକୁ କୋହଳ କରିବାକୁ ଆମେରିକାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ଏଥିରେ କିଛି ସୁଫଳ ମିଳିପାରିନାହିଁ । ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରିଥାଏ । ଇରାନ ଭାରତକୁ ରିହାତି ଦରରେ ତେଲ ଯୋଗାଇଥାଏ । ଆହୁରି ମଧ୍ୟ ଇରାନକୁ ଭାରତୀୟ ଟଙ୍କାରେ ପେମେଣ୍ଟ କରିଥାଏ ଭାରତ । ଏଣୁ ଅନ୍ତର୍ଜାତୀୟ ବଜାରରେ ଡଲାର ମୂଲ୍ୟ ଉପର ତଳ ହେଲେ ମଧ୍ୟ ତାହାର ପ୍ରଭାବ ଇରାନ-ଭାରତ ତୈଳ କାରବାର ଉପରେ ପଡିନଥାଏ । କିନ୍ତୁ ଇରାନରୁ ତେଲ ବନ୍ଦ ହେଲେ ଭାରତକୁ ଅନ୍ୟ ଦେଶରୁ ତେଲ କିଣିବା ପାଇଁ ଅଧିକ ବ୍ୟୟ କରିବାକୁ ପଡିବ ।

ସମ୍ବନ୍ଧିତ ଖବର