ନୂଆଦିଲ୍ଲୀ: ଅବୈଧ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅଭିଯୋଗରେ ସାରା ଭାରତରେ ଅଟକ ଥିବା ପ୍ରାୟ ୧୬,୦୦୦ ବିଦେଶୀ ନାଗରିକଙ୍କୁ ପ୍ରତ୍ୟର୍ପଣ କରିବାକୁ ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ତାଲିକାରେ ବାଂଲାଦେଶ, ଫିଲିପାଇନ୍‌ସ, ମ୍ୟାମାର, ମାଲେସିଆ, ଘାନା, ନାଇଜେରିଆ ପ୍ରଭୃତି ଦେଶର ନାଗରିକଙ୍କ ନାମ ରହିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ଦାଖଲ ହୋଇଥିବା ଏକ ରିପୋର୍ଟ ଅନୁସାରେ ନିଶାଦ୍ରବ୍ୟ ବିରୋଧରେ ଏହା ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ।

Advertisment

ଏହି ବିଦେଶୀ ନାଗରିକମାନେ ଡ୍ରଗ୍ସ ଚୋରା ଚାଲାଣଠାରୁ ଆରମ୍ଭ କରି ପରିବହନ ପର୍ଯ୍ୟନ୍ତ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସେମାନେ ବର୍ତ୍ତମାନ ଅନେକ ରାଜ୍ୟର ଅଟକ କେନ୍ଦ୍ରରେ ଅଛନ୍ତି। ଅଭିଯୁକ୍ତମାନଙ୍କ ତାଲିକା ଗୃହ ମନ୍ତ୍ରଣାଳୟ ଓ ସମ୍ପୃକ୍ତ ଏଜେନ୍ସିକୁ ହସ୍ତାନ୍ତର କରାଯାଇସାରିଛି। ନୂତନ ଇମିଗ୍ରେସନ୍‌ ଆଇନର ବ୍ୟବସ୍ଥା ଅନୁଯାୟୀ ବିଦେଶୀମାନଙ୍କୁ ପ୍ରତ୍ୟର୍ପଣ କରାଯିବ।