ନୂଆଦିଲ୍ଲୀ: ସମ୍ପ୍ରତି ମଣିପୁରର ଇମ୍ଫାଲ୍କୁ ଅଣାଯାଇଥିବା ୭ ଜଣ ରୋହିଙ୍ଗ୍ୟାଙ୍କୁ ଗୁରୁବାର ଦିନ ମିଅାଁମାର୍କୁ ବିଦା କରିବା ପାଇଁ ଭାରତ ସ୍ଥିର କରିଛି। ସାତ ଜଣ ଲୋକଙ୍କୁ ମୋରେ ସୀମାନ୍ତକୁ ନିଆଯାଇ ସେଠାରେ ମିଅାଁମାର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ସେମାନଙ୍କୁ ଆସାମର ସିଲ୍ଚର୍ ଡିଟେନ୍ସନ୍ ସେଣ୍ଟର୍ରେ ରଖାଯାଇଥିଲା।
ରାଜ୍ୟର ଗୃହ ଓ ରାଜନୈତିକ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି: ସିଲ୍ଚର୍ ଠାରେ ରଖାଯାଇଥିବା ସାତ ଜଣ ମିଅାଁମାରବାସୀଙ୍କୁ ଅକ୍ଟୋବର ୪ ତାରିଖ ଦିନ ବିଦା କରାଯିବ। ସେମାନଙ୍କ ଯାତ୍ରା ପାଇଁ ଅନୁମତି ମିଳି ସାରିଛି। ମଣିପୁର ଅନ୍ତର୍ଗତ ସୀମାନ୍ତ ସହର ମୋରେ ମଧ୍ୟ ଦେଇ ସେମାନଙ୍କୁ ବିଦା କରାଯିବ।
ଆସାମର ୧୦୦ ଫରେନର୍ସ୍ ଟ୍ରାଇବୁନାଲ୍ରେ ବିଦେଶୀ ଘୋଷିତ ହୋଇ ରାଜ୍ୟର ୬ଟି ଡିଟେନ୍ସନ୍ କ୍ୟାମ୍ପ୍ରେ ପ୍ରାୟ ୯୦୦ରୁ ଅଧିକ ଅନ୍ତେବାସୀ ଅଛନ୍ତି। ପ୍ରଥମ ଥର ଲାଗି ରୋହିଙ୍ଗ୍ୟା ପ୍ରବାସବାସୀମାନଙ୍କୁ ଭାରତରୁ ମିଅାଁମାର ଫେରାଇ ଦିଆଯାଉଛି।
ଆଜି ବିଦା ହେବାକୁ ଥିବା ୭ଜଣ ରୋହିଙ୍ଗ୍ୟାଙ୍କୁ ୨୦୧୭ରେ ଗିରଫ କରାଯାଇଥିଲା।