୨୦୦ କି. ମି. ରେଞ୍ଜ୍‌ର ‘ଟାକ୍ଟିକାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ ନିର୍ମାଣ କରିବ ଭାରତ

ଲକ୍ଷ୍ନୌ: ୨୦୦ କିଲୋମିଟର୍‌ ଦୂରରୁ ଲକ୍ଷ୍ୟ ଭେଦ କରିବା ଭଳି ଗୋଟାଏ ନୂଆ ‘ଟାକ୍ଟିକାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ ନିର୍ମାଣ ନିମନ୍ତେ ଭାରତ କାର୍ଯ୍ୟ ଆରମ୍ଭ କରିଥିବା କଥା ଗୁରୁବାର ଦିନ ଦୁଇଜଣ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀ କହିଛନ୍ତି।

‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ (ଡିଆର୍‌ଡିଓ) ଦ୍ୱାରା ବିକଶିତ ହେଉଥିବା ଏହି କ୍ଷେପଣାସ୍ତ୍ରର ନାମ ‘ପ୍ରନଶ’। ଏହାକୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରି ହେବ। ‘ଡିଆର୍‌ଡିଓ’ ଦ୍ୱାରା ବିକଶିତ ‘ପ୍ରହାର’ କ୍ଷେପଣାସ୍ତ୍ର ଆଧାରରେ ଏହି ନୂତନ କ୍ଷେପଣାସ୍ତ୍ର ତିଆରି କରାଯାଉଛି। ‘ପ୍ରହାର’ ୧୫୦ କିଲୋମିଟର୍‌ ଦୂରରୁ ଲକ୍ଷ୍ୟଭେଦ କରେ। କିନ୍ତୁ ସେନାବାହିନୀ ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର ଚାହିଁବାରୁ ‘ପ୍ରନଶ’ ବିକଶିତ କରାଯାଉଥିବା ଜଣାପଡ଼ିଛି।

Image Source: Outlook India Magazine

ଅଣ-ଆଣବିକ ଶସ୍ତ୍ରବାହୀ ‘ପ୍ରନଶ’ର ପରୀକ୍ଷଣ ୨୦୨୧ ଶେଷ ଆଡ଼କୁ କରାଯିବ।

ପରୀକ୍ଷଣ ପରେ ‘ପ୍ରନଶ’ କ୍ଷେପଣାସ୍ତ୍ରକୁ ପଡ଼ୋଶୀ ବନ୍ଧୁ ଦେଶମାନଙ୍କୁ ରପ୍ତାନି କରାଯାଇ ପାରିବ। ଏହା ହେବ ଏହି ରେଞ୍ଜ୍‌ର ବିଶ୍ୱର ସବୁଠୁ ଶସ୍ତା କ୍ଷେପଣାସ୍ତ୍ର।

ସମ୍ପ୍ରତି ଅସ୍ତ୍ରଶସ୍ତ୍ର ରପ୍ତାନି କରିବା ଉପରେ ମଧ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶ ୩୫, ୦୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ରପ୍ତାନି କରିବା ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର