ଆଫଗାନିସ୍ତାନ ସ୍ଥିତି ଜଟିଳ : ମଜାର-ଏ-ସରିଫରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ସ୍ବତନ୍ତ୍ର ବିମାନ ପଠାଇଲା ଭାରତ

କାବୁଲ :  ଆଫଗାନିସ୍ତାନରେ ତାଲିବାନ ଅଧିକରୁ ଅଧିକ ଅଂଚଳ ଅଧିକାର କରୁଥିବାବେଳେ ସ୍ଥିତି ଦିନକୁ ଦିନ ଜଟିଳ ହେବରେ ଲାଗିଛି । ଏହା ଫଳରେ ସେଠାରେ ଥିବା ବିଦେଶୀ ନାଗରିକମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ଆଫଗାନିସ୍ତାନରେ ଥିବା ନିଜ ନିଜର ନାଗରିକମାନଙ୍କୁ ସେଠାରୁ ବାହାର କରି ନେଉଛନ୍ତି ।

ଭାରତ ପୂର୍ବରୁ କାନ୍ଦାହାରରେ ଥିବା ନିଜର ବାଣିଜ୍ୟ ଦୂତାବାସକୁ ବନ୍ଦ କରିଦେଇଥିବାବେଳେ ଏବେ ଆଉ ଏକ ସହର ମଜାର-ଏ-ସରିଫରେ ଥିବା ନିଜର ନାଗରିକମାନଙ୍କୁ ସୁରକ୍ଷିତ ଫେରାଇ ନେବାକୁ ପଦକ୍ଷେପ ଗ୍ରହଣ କରିଛି । ଏଥପାଇଁ ଭାରତ ସରକାର ଏକ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରିଛନ୍ତି । ସହରରେ ଥିବା ଭାରତୀୟ କନସୁଲେଟ ଜେନେରାଲ ଅଫିସ ପକ୍ଷରୁ ଆଜି ଏକ ଟୁଇଟ୍ କରି  ଏ ସମ୍ପର୍କରେ ଘୋଷଣା କରାଯ଼ାଇଛି । ଏଥିରେ କୁହାଯ଼ାଇଛି ଯେ ଆଜି ଏକ ସ୍ବତନ୍ତ୍ର ଫ୍ଲାଇଟ୍ ଭାରତୀୟ ନାଗରିକମାନଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କରିବ । ଯେଉଁ ଭାରତୀୟ ନାଗରିକମାନେ ଏହି ବିମାନ ମାଧ୍ୟମରେ ଭାରତ ଫେରିଯିବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ନିଜର ନାମ ଓ ଅନ୍ୟାନ୍ୟ ବିବରଣୀ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଏକ ଫୋନ ନମ୍ବର ଓ ହ୍ବାଟ୍ସଆପ ନମ୍ବର ପ୍ରଦାନ କରାଯାଇଛି ।

 

ସମ୍ବନ୍ଧିତ ଖବର