ନୂଆଦିଲ୍ଲୀ: ଭାରତ ହାତକୁ ଆସିବ ବିଶ୍ବର ସବୁଠାରୁ ଘାତକ ଡ୍ରୋନ କୁହାଯାଉଥିବା ପ୍ରିଡେଟର (ଏମକ୍ୟୁ୯ବି ) ଡ୍ରୋନ୍ । ଏ ନେଇ ଭାରତ ଓ ଆମେରିକୀୟ କମ୍ପାନି ଜେନେରାଲ ଆଟମିକ୍ ମଧ୍ୟରେ ଡିଲ୍ ଚୂଡ଼ାନ୍ତ ହୋଇଛି । 

Advertisment

ଆଫଗାନିସ୍ତାନରେ ଅଲକାଏଦାକୁ ନିପାତ କରିବାରେ ଏହି ପ୍ରିଡେଟର ଡ୍ରୋନ ସବୁଠାରୁ ବଡ ଭୂମିକା ଗ୍ରହଣ କରିଥିଲା । ହଜାର ହଜାର କିଲୋମିଟର ଦୂରରେ ବସି ଯେକୌଣସି ଟାର୍ଗେଟ ଉପରେ ନଜର ରଖାଯାଇଥିଲା ଏବଂ ସଠିକ ଟାର୍ଗେଟ କରାଯାଇଥିଲା । ଏବେ ଭାରତୀୟ ସେନା ମଧ୍ୟ ସମାନ କାମ କରୁଥିବା ଦେଖିବାକୁ ମିଳିବ । ଚୀନ ସୀମା ହେଉ କି ପାକିସ୍ତାନ ସବୁଠି ଏହା ଉପରେ ନଜର ରଖାଯାଇପାରିବ। କାରଣ ଭାରତ ଏବେ ସେହି ଏମକ୍ୟୁ୯ବି ଡ୍ରୋନ ପାଇବାକୁ ଯାଉଛି । ଯୁକ୍ତରାଷ୍ଟ୍ର ଆମେରିକା ସହ ହୋଇଥିବା ଏହି ଚୁକ୍ତି ଉପରେ ଚୂଡ଼ାନ୍ତ ମୋହର ଲାଗିଛି।

ରିପୋର୍ଟ ଅନୁଯାୟୀ, ୩.୯୯ ବିଲିୟନ ଡଲାରର ଏହି ଚୁକ୍ତିରେ ଭାରତକୁ ୩୧ଟି ଏମକ୍ୟୁ-୯ବି ରିମୋଟ୍ ପାଇଲଟ୍ ଏୟାରକ୍ରାଫ୍ଟ (ଆରପିଏ) ଏବଂ ଆନୁଷଙ୍ଗିକ ଉପକରଣ ମିଳିବ। ଏହା ଏମକ୍ୟୁ୯ବି ଡ୍ରୋନର ଏକ ଉନ୍ନତ ସଂସ୍କରଣ । ଆମେରିକୀୟ କମ୍ପାନି ଜେନେରାଲ୍ ଆଟୋମିକ୍ ସହ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ପ୍ରିଡେଟର ଡ୍ରୋନର ଅନେକ ଭିନ୍ନ ଭିନ୍ନ ସଂସ୍କରଣ ଅଛି ଏବଂ ବିଭିନ୍ନ ନାମରେ ମଧ୍ୟ ଜଣାଶୁଣା | ଯେପରିକି ଏମ୍କ୍ୟୁ-୯ ରିପର, ସି ଗାର୍ଡିଆନ୍ ଏବଂ ସ୍କାଏ ଗାର୍ଡିଆନ୍ ... କିନ୍ତୁ ଭାରତ ଆମେରିକାଠାରୁ ୩୧ଟି ଏମ୍କ୍ୟୁ-୯ ରିପର ଡ୍ରୋନ୍ ଅର୍ଥାତ୍ ପ୍ରିଡେଟର ଡ୍ରୋନ୍ କିଣିବ।