ଆଫଗାନିସ୍ତାନରେ ଥିବା ଭାରତୀୟ ସମର୍ଥକମାନଙ୍କୁ ଆଶ୍ରୟ ଦେବ ଭାରତ

ନୂଆଦିଲ୍ଲୀ :  ଯୁଦ୍ଧ ବିଧ୍ବସ୍ତ ଆଫଗାନିସ୍ତାନରୁ ଆସି ଭାରତରେ ଶରଣ ମାଗୁଥିବା ଲୋକମାନଙ୍କୁ ଆଶ୍ରୟ ଦେବାକୁ ଭାରତ ସରକାର ଯୋଜନା କରୁଛନ୍ତି ଜାତିଧର୍ମ ନିର୍ବିଶେଷରେ ଯେଉଁ ଭାରତୀୟ ସମର୍ଥକମାନେ ଭାରତ ଆସିବେ ସେମାନଙ୍କୁ ଆଶ୍ରୟ ଓ ସହାୟତା ପ୍ରଦାନ କରାଯିବ ଏଥିପାଇଁ ସରକାର ଏକ ଯୋଜନା ଉପରେ କାମ କରୁଛନ୍ତି

ଆଫଗାନିସ୍ତାନ ଦଖଲ ପାଇଁ ତାଲିବାନ ଚଳାଇଥିବା ଅଭିଯାନ ଯୋଗୁଁ ଏହି ଦେଶରେ ଅଭୁତପୂର୍ବ ମାନବୀୟ ସଂକଟ ଦେଖାଦେଇଛି ତାଲିବାନ ଭୟରେ ସାଧାରଣ ଲୋକେ ନିଜର ଘରଦ୍ବାର ଛାଡ଼ି ଅନ୍ୟ ଦେଶଗୁଡିକୁ ପଳାଇଯାଉଛନ୍ତି ଏହାକୁ ନେଇ ସମଗ୍ର ବିଶ୍ବରେ ଚିନ୍ତା ପ୍ରକାଶ ପାଇଛି ବିଶେଷକରି ତାଲିବାନ ଶାସନ କରିବାପରେ ଆଫଗାନିସ୍ତାନରେ ଥିବା ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ ଆଦି ସଂପ୍ରଦାୟର ଲୋକମାନେ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ପଳାୟନ କରୁଛନ୍ତି

ଆଫଗାନ ସମସ୍ୟାର ସମାଧାନ ପାଇଁ କାତାରଠାରେ ଅନୁଷ୍ଠିତ ବୈଠକରେ ଭାରତ ସମେତ ବିଭିନ୍ନ ଦେଶ ଯୋଗଦେଇଛନ୍ତି ଏହି ବୈଠକରେ ଭାରତ ଏହି ପ୍ରସ୍ତାବ ଦେଇଥିବା କୁହାଯାଉଛି ଗତ ଗୁରୁବାରଦିନ ଦୋହାଠାରେ ଅନୁଷ୍ଠିତ ଆଲୋଚନାରେ ଭାରତ,ତୁର୍କୀ, ଜର୍ମାନୀ, ତାଜିକିସ୍ତାନ,ତୁର୍କମେନିସ୍ତାନ, ନରଓ୍ବେ, ଆମେରିକା, ବ୍ରିଟେନ ଆଦି ଯୋଗଦେଇଥିଲେ

ସମ୍ବନ୍ଧିତ ଖବର