ଜାପାନୀ ସଂସ୍କୃତି ଆପଣାଇବ ଭାରତ : ଟ୍ରେନ୍‌ ବିଳମ୍ବ ହେଲେ ଯାତ୍ରୀଙ୍କୁ ମାଗିବ କ୍ଷମା!

ନୂଆଦିଲ୍ଲୀ : ଭାରତରେ ୨୦୨୨ ସୁଦ୍ଧା ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ ଚାଲିବାର ଯୋଜନା ଚାଲିଛି। ନ୍ୟାସନାଲ ହାଇସ୍ପିଡ୍ ରେଳ କର୍ପୋରେସନ୍ ଜାପାନର ହାଇସ୍ପିଡ୍ ଟ୍ରେନ୍ ଶିଂକାନସେନ୍ ଭଳି ଚଲାଇବାର ନିଷ୍ପତ୍ତି ନେଇଛି । କର୍ପୋରେସନ୍ କହିଛି କି, ଯଦି ଏହି ଗାଡି ୨ମିନିଟ୍ ରୁ ଅଧିକ ସମୟ ବିଳମ୍ବ ହୁଏ, ତେବେ ଆମେ ଯାତ୍ରୀଙ୍କୁ କ୍ଷମା ମାଗିବୁ । ଏନଏଚଆରସିଏଲର ପ୍ରବନ୍ଧକ ନିର୍ଦ୍ଦେଶକ କହିଛନ୍ତି କି, “ଆମେ ଜାପାନର ଶିଂକାନସେନ୍ ବୁଲେଟ୍ ଟ୍ରେନ୍ ସଂସ୍କୃତିକୁ ଆପଣାଇବାକୁ ଚାହୁଁଛୁ, ଯେଉଁଠି କିିଛି ମିନିଟର ବିଳମ୍ବକୁ ମଧ୍ୟ ବଡ କଥା ଧରାଯାଏ । ଆମେ ଯାତ୍ରୀଙ୍କୁ ଟ୍ରେନ୍ ବିଳମ୍ବ ହେବାର କାରଣ ବି ଜଣାଇବୁ।” କିନ୍ତୁ ଜାପାନ ଓ ଭାରତର ସଂସ୍କୃତିରେ ଫରକ୍ ଅଛି ।

ସମୟାନୁବର୍ତ୍ତୀ ପାଇଁ ଜାପାନର ଏହି ଶିଂକାନସେନ୍ ବୁଲେଟ୍ ଟ୍ରେନ୍ ସାରା ଦୁନିଆରେ ସବୁଠାରୁ ଭଲ କୁହାଯାଏ । ସେଠି ରେଳବାଇର ଅନୁଶାସନ ଏତେ ଉଚ୍ଚସ୍ତରର ଯେ, ଯଦି ବୁଲେଟ୍ ଟ୍ରେନ୍ କିଛି ସମୟ ବିଳମ୍ବ ହୋଇଯାଏ, ତେବେ ବିଭାଗ ପ୍ରତ୍ୟେକ ପାସେଂଜରକୁ ବ୍ୟକ୍ତିଗତ ଭାବେ କ୍ଷମା ମାଗେ । ଏଥିପାଇଁ ଯାତ୍ରୀଙ୍କୁ ଲେଟ୍ ନୋଟ୍ସ ବି ଜାରି କରାଯାଏ। କାହିଁକିନା ଚାକିରୀ କରୁଥିବା ଲୋକ ନିଜ କମ୍ପାନୀରେ ବିଳମ୍ବ ହେବାର କାରଣ ଜଣାଇପାରିବେ । ଜାପାନର ରେଳବାଇ ଥରେ ବୁଲେଟ୍ ଟ୍ରେନ୍ ୨୦ ସେକେଣ୍ଡ ଜଲଦି ପଂହଚାଇଥିବା ପାଇଁ ମଧ୍ୟ ଯାତ୍ରୀଙ୍କୁ କ୍ଷମା ମାଗିଥିଲା ।

ସମ୍ବନ୍ଧିତ ଖବର