ସୁଖୋଇରେ ବ୍ରହ୍ମୋସ୍‌ ଖଞ୍ଜିବ ଭାରତ : ଆହୁରି ମାରାତ୍ମକ ହେବ ବାୟୁସେନାର ଶକ୍ତି

ନୂଆଦିଲ୍ଲୀ- ଭାରତୀୟ ଉପମହାଦେଶ ଅଞ୍ଚଳରେ ଭାରତ ପାଇଁ ସୁରକ୍ଷା ଚ୍ୟାଲେଞ୍ଜ ପୂର୍ବାପେକ୍ଷା ଆହୁରି ବଢିଯାଇଛି । ପାକିସ୍ତାନ ତ ସବୁବେଳେ ଭାରତ ପାଇଁ ଚିନ୍ତାର କାରଣ ହୋଇ ରହିଛି, କିନ୍ତୁ ଚୀନ ଆଡୁ ଭାରତ ସବୁଠାରୁ ଅଧିକ ବିପଦ ଆଶଙ୍କା କରୁଛି । ଏହାକୁ ଦୃଷ୍ଟିରେ ରଖି ଭାରତ ଦ୍ରୁତ ଗତିରେ ନିଜ ସାମରିକ ଶକ୍ତିର ଆଧୁନିକୀକରଣ କରିବା ସହ ଅତ୍ୟାଧୁନିକ ଟେକନଲୋଜୀର ପ୍ରୟୋଗ ମଧ୍ୟ କରୁଛି ।

ଭାରତ ଓ ଋଷିଆର ମିଳିତ ସହଯୋଗରେ ବିକଶିତ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଆରମ୍ଭରୁ ହିଁ ଚୀନ ଓ ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇ ରହିଛି । ଏହାର କାରଣ ହେଉଛି ଆକାଶରୁ ଛଡା ଯାଉଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ସ୍ୱତନ୍ତ୍ର ସଂସ୍କରଣଟି ଏବେ ବିଶ୍ୱର ସବୁଠାରୁ ଦ୍ରୁତଗାମୀ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଅଟେ । କିନ୍ତୁ ନିକଟରେ ଭାରତ ଗ୍ରହଣ କରିଥିବା ଆଉ ଏକ ନିଷ୍ପତ୍ତି ଶତ୍ରୁମାନଙ୍କ ମନରେ ଭୟ ସଂଚାର କରିଛି । ତାହା ହେଉଛି ବ୍ରହ୍ମୋସକୁ ଭାରତର ମୁଖ୍ୟ ଯୁଦ୍ଧ ବିମାନ ସୁଖୋଇ-୩୦ରେ ଖଞ୍ଜିବା । ପ୍ରାୟ ୪୦ଟି ସୁଖୋଇରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଖଞ୍ଜିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଫଳରେ ଭାରତୀୟ ବାୟୁସେନାର ଶକ୍ତି ମାରାତ୍ମକଭାବେ ବୃଦ୍ଧି ପାଇବ ବୋଲି ବିଶ୍ଳେଷକମାନେ କହୁଛନ୍ତି ।

ଗତ ନଭେମ୍ବର ମାସରେ ସୁଖୋଇ-୩୦ରୁ ବ୍ରହ୍ମସକୁ ସଫଳତାର ସହ ନିକ୍ଷେପ କରାଯାଇଥିଲା । କ୍ଷେପଣାସ୍ତ୍ରଟି ଅତି ସଠିକତାର ସହ ନିଜର ଲକ୍ଷ୍ୟକୁ ଭେଦ କରିଥିଲା । ଏହା ପରେ ହି ଁ ସୁଖୋଇରେ ବ୍ରହ୍ମସ୍‌ ମୃତୟନ ପାଇଁ ସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି କାର୍ଯ୍ୟ ପାଇଁ ସୁଖୋଇରେ କିଛିଟା ଯାନ୍ତ୍ରିକ ପରିବର୍ତ୍ତନ କରିବାକୁ ପଡିବ । ଇତି ମଧ୍ୟରେ ଏହାର କାର୍ଯ୍ୟ ଆରମ୍ଭ ହୋଇଯାଇଥିବାବେଳେ ଆସନ୍ତା ୨୦୨୦ ସୁଦ୍ଧା ସଂପୂର୍ଣ୍ଣ ହେବ । ହିନ୍ଦୁସ୍ତାନ ଏରୋନୋଟିକ୍ସରେ ଏହି କାର୍ଯ୍ୟ ଚାଲିଛି ।

ସମ୍ବନ୍ଧିତ ଖବର