ନୂଆଦିଲ୍ଲୀ : ପାକିସ୍ତାନ ସହିତ ଯୁଦ୍ଧ ଉତ୍ତେଜନା ମଧ୍ୟରେ ଭାରତ ୮୫ଟି ଭି ସୋର୍ଡ କ୍ଷେପଣାସ୍ତ୍ର କିଣିବାକୁ ନିଷ୍ପତ୍ତି ନେଇଛି । ଏହା ସହିତ, ୪୮ଟି ଲଞ୍ଚର ଏବଂ ନାଇଟ୍ ଭିଜନ୍ ସାଇଟ୍ ମଧ୍ୟ କିଣାଯିବ। ଜରୁରୀକାଳୀନ କ୍ରୟ ଭିତ୍ତିରେ ଏଗୁଡ଼ିକୁ କିଣାଯିବ । 

Advertisment

ଭି ସୋର୍ଡ କ୍ଷେପଣାସ୍ତ୍ରରେ କୌଣସି ବିସ୍ଫୋରକ ନଥାଏ, ବରଂ ଏଥିରେ ବ୍ଲେଡ୍ ଲଗିଥାଏ । ଏହା କୌଣସି ବିସ୍ଫୋରଣ ବିନା ନିଜ ଲକ୍ଷ୍ୟସ୍ଥଳକୁ ଭେଦ ପାରିବ। କିନ୍ତୁ ଅନ୍ୟ କ୍ଷେପଣାସ୍ତ୍ର ପରି ଏହା ଆଖପାଖ ଅଂଚଳକୁ ଧ୍ବଂସ କରିନଥାଏ, ବରଂ ନିଜର ଟାର୍ଗେଟକୁ କେବଳ ମାରିଦେଇଥାଏ । ସାଧାରଣ ଲୋକଙ୍କ ମଧ୍ୟରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ଏହାକୁ ବ୍ୟବହାର କରାଯାଏ। 

ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ କାହିଁକି ଭାରତ ଏହି କ୍ଷେପଣାସ୍ତ୍ର କିଣିବାକୁ ନିଷ୍ପତ୍ତି ନେଇଛି ? ପହଲଗାମ ଆକ୍ରମଣ ପରେ ଭାରତ ଆତଙ୍କବାଦୀ ଓ ସେମାନଙ୍କ ପ୍ରେତ୍ସାହକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା କରିଛି । ଏଣୁ ଏସବୁ କ୍ଷେପଣାସ୍ତ୍ର ଖରିଦରୁ ସଂକେତ ମିଳୁଛି ଯେ ଭାରତ କେତେଜଣ ଆତଙ୍କବାଦୀ ଓ ଏପରିକି କେତେକ ପାକ୍ ସେନା ଅଧିକାରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିପାରେ । ଏହି କ୍ଷେପଣାସ୍ତ୍ର ସାଧାରଣତଃ ଡ୍ରୋନ ମାଧ୍ୟମରେ ନିକ୍ଷେପ କରାଯାଏ। ଏହା ସାହାଯ୍ୟରେ, ଦୂରଗାମୀ ଲକ୍ଷ୍ୟକୁ ସଠିକତାର ସହିତ ନିପାତ କରାଯାଇପାରିବ। ଏହି କ୍ଷେପଣାସ୍ତ୍ର ମାଧ୍ୟମରେ ଆମେରିକା ଅଲକାଏଦା ମୁଖ୍ୟ ଏବଂ ୯-୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଅଲ ଜୱାହିରୀଙ୍କୁ ହତ୍ୟା କରିଥିଲା।