ବିଦେଶୀ ଟିକା କମ୍ପାନିଙ୍କ ସବୁ ସର୍ତ୍ତ ମାନିବେ ଭାରତ ସରକାର
ନୂଆଦିଲ୍ଲୀ : ଭାରତ ବିଦେଶୀ ଟିକା କମ୍ପାନିମାନଙ୍କୁ ଇନଡେମନିଟି ବା ପାର୍ଶ୍ବ ପ୍ରତିକ୍ରିୟା ପାଇଁ ଆଇନଗତ କାର୍ୟ୍ୟାନୁଷ୍ଠାରୁ ସୁରକ୍ଷା ପ୍ରଦାନ କରିପାରନ୍ତି । ଏଥିପାଇଁ ବିଦେଶୀ ଟିକା କମ୍ପାନି ଫାଇଜର,ମଡର୍ଣ୍ଣା, ଜନସନ ଆଦି ସର୍ତ୍ତ ରଖିଆସୁଛନ୍ତି ।
ଦେଶରେ କରୋନା ଟିକାର ଅଭାବ ଦେଖାଦେଇଥିବାବେଳେ ସରକାର ଆସନ୍ତା ଡିସେମ୍ବର ସୁଦ୍ଧା ଅଧିକାଂଶ ଭାରତୀୟଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି । ବିଦେଶରୁ ଟିକା ଆମଦାନୀ କରି ସରକାର ଏହି ଅଭାବ ଭରଣା କରିବାକୁ ଉଦ୍ୟମ କରୁଛନ୍ତି । ଏଥିପାଇଁ ସରକାର ବିଦେଶୀ ଟିକା କମ୍ପାନିମାନଙ୍କ ସହ ସାଲିସ କରିବାକୁ ବାଧ୍ୟ ହେଉଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଏପ୍ରିଲ ମାସରେ ଭାରତରେ କରୋନାର ଦ୍ବିତୀୟ ଲହର ଆସିବା ପରେ ସରକାର ବିଦେଶୀ ଟିକା କମ୍ପାନିମାନଙ୍କୁ ଆମନ୍ତ୍ରଣ କରିଥିଲେ । ମାତ୍ର ଟିକା କମ୍ପାନିମାନେ ଇନଡେମନିଟି, ନୈଦାନିକ ପରୀକ୍ଷଣ (କ୍ଲିନାକାଲ ଟ୍ରାଏଲ) ଆଦି ସର୍ତ୍ତ ଆରୋପ କରିଥିଲେ । ସରକାର ଇତି ମଧ୍ୟରେ ଫାଇଜରକୁ ନୈଦାନିକ ପରୀକ୍ଷଣ ନ କରିବା ଦାବିକୁ ମାନି ନେଇଛନ୍ତି । ତେବେ ଇନଡେମନିଟି ସର୍ତ୍ତ ଉପରେ ଏପର୍ୟ୍ୟନ୍ତ ବିଚାର ଜାରି ରହିଛି । ଅବଶ୍ୟ ଫାଇଜର ଯେଉଁ ଦେଶମାନଙ୍କୁ ଟିକା ପ୍ରଦାନ କରିଛି ସେଠାକାର ସରକାରଙ୍କଠାରୁ ଇନଡେମନିଟି ସୁରକ୍ଷା ପାଇଛି ।