ନୂଆଦିଲ୍ଲୀ: ଚୀନକୁ ଚୀନ ଭାଷାରେ ଜବାବ ଦେଇଛି ଭାରତ । ଚୀନ ସବୁବେଳେ ଭାରତର ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନାଁ ନିଜ ଭାଷା ଅନୁସାରେ ଦେଇଥାଏ । ଏପରି କରି ଚୀନ ଅରୁଣାଚଳକୁ ନିଜର ଅଂଚଳ ବୋଲି ଦାବି କରୁଛି । ଏବେ ଏହାର ଜବାବ ଭାରତ ଦେଇଛି, ତିବ୍ବତର ୩୦ଟି ସ୍ଥାନର ନାଁ ପରିବର୍ତ୍ତନ କରିବାକୁ ଯାଉଛି ଭାରତ ।
କୋଲକାତାର ବ୍ରିଟିଶ ଏସିଆଟିକ୍ ସୋସାଇଟି ଭଳି ପ୍ରତିଷ୍ଠିତ ଗବେଷଣା ଅନୁଷ୍ଠାନ ସହାୟତାରେ ଭାରତୀୟ ସେନାର ସୂଚନା ଯୁଦ୍ଧ ବିଭାଗ ଏହି ନାମକରଣ ଅଭିଯାନର ନେତୃତ୍ୱ ନେଉଛି। ସେନା ତିବ୍ଦତର ୩୦ଟି ସ୍ଥାନର ତାଲିକା ଚୂଡ଼ାନ୍ତ କରି ଭାରତ ସରକାରଙ୍କ ନିକଟକୁ ପଠାଯାଇଥିଲା, ଯାହାକୁ ଭାରତର ନବ ନିର୍ବାଚିତ ମୋଦୀ ସରକାର ଅନୁମୋଦନ କରିଛନ୍ତି । ଐତିହାସିକ ରେକର୍ଡକୁ ଅନୁସରଣ କରି ଭାରତୀୟ ଭାଷାରେ ତିବ୍ବତର ଉକ୍ତ ୩୦ଟି ସ୍ଥାନର ପ୍ରାଚୀନ ନାମ ପୁନରୁଦ୍ଧାର କରାଯାଇଛି । ସରକାରୀ ଅନୁମୋଦନ ପରେ ଏବେ ଭାରତୀୟ ସେନା ନିଜ ମାନଚିତ୍ରରେ ଏସବୁ ନୂଆ ନାମକୁ ବ୍ୟବହାର କରିବ ।
ଗତ ଏପ୍ରିଲ ମାସରେ ଚୀନ ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶର ୩୦ଟି ସ୍ଥାନର ନାମକରଣ ନିଜ ଭାଷାରେ କରିଥିଲା । ସେତବେଳେ ଭାରତ ସରକାର ଏହାକୁ ତୀବ୍ର ବିରୋଧ କରିଥିଲେ । ଏପରିକି ଭାରତର ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ.ଜୟଶଙ୍କର ଏହା ହାସ୍ୟାସ୍ପଦ ବୋଲି କହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/WhatsApp-Image-2024-06-11-at-17.26.55-1.jpeg)