ନୂଆଦିଲ୍ଲୀ : ଭାରତ ଅନ୍ୟ କାହା ଉପରେ ନଜର ପକାଏ ନାହିଁ, କିନ୍ତୁ ଭାରତର ସାର୍ବଭୌମତ୍ୱ ଉପରେ ବିପଦ ଆସିଲେ ଭାରତ ଦୁଇଗୁଣ ଶକ୍ତି ସହ ତାହାର ଜବାବ ଦେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜାଦ ହିନ୍ଦ ଫୌଜର ୭୫ତମ ବର୍ଷପୂର୍ତ୍ତି ଅବସରରେ ଆୟୋଜିତ ଏକ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି ଯେ ଭାରତୀୟ ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଟେକନଲୋଜରେ ସଜ୍ଜିତ କରାଯାଉଛି ଯେପରି ଏହା ଆଧୁନିକ ଯୁଗର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରିବ । ଅନ୍ୟପକ୍ଷରେ ଭାରତୀୟ ଯବାନ ମାନଙ୍କର କଲ୍ୟାଣ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି । ଏଗୁଡ଼ିକ ମଧ୍ୟରେ ରହିଛି ଓ୍ଵାନ ର୍ୟାଙ୍କ ଓ୍ଵାନ ପେନସନ ପରି ଯୋଜନା । ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଦାହରଣୀୟ ପ୍ରଦର୍ଶନ କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁରେ ଏକ ଜାତୀୟ ପୁରସ୍କାର ଆରମ୍ଭ କରାଯିବ ।
ଭାରତ ଉପରେ ନଜର ପକାଇଲେ ଦୁଇଗୁଣ ଶକ୍ତି ସହିତ ଜବାବ ଦେବୁ : ମୋଦି
/sambad/media/post_attachments/wp-content/uploads/2018/10/modi.jpg)