ପରମାଣୁ ଯୁଦ୍ଧର ସମ୍ମୁଖୀନ ହେବା ପାଇଁ ଭାରତୀୟ ସେନାକୁ ପ୍ରସ୍ତୁତ କରିବ ଭାରତ

ନୂଆଦିଲ୍ଲୀ : ପୂର୍ବରୁ ଯେଉଁ ଦେଶରେ ସୈନ୍ୟ ସଂଖ୍ୟା ଯେତେ ଅଧିକ ସେ ଅଧିକ ଶକ୍ତିଶାଳୀ ଥିଲା । କିନ୍ତୁ ଭବିଷ୍ୟତର ଯୁଦ୍ଧ କ୍ଷେତ୍ରରେ ସୈନ୍ୟବଳର ଗୁରୁତ୍ୱ କମିବ ଓ ଟେକନଲୋଜୀର ଗୁରୁତ୍ୱ ଓ ବ୍ୟବହାର ବଢିବ । ଭବିଷ୍ୟତରେ ଚୀନ ପରି ଶକ୍ତିଶାଳୀ ଦେଶ ସହ ଯୁଦ୍ଧ କରିବାକୁ ପଡିପାରେ । ଏପରି ଯୁଦ୍ଧ ହେଲେ ତାହା ହେବ ଏକ ହାଇଟେକ ଯୁଦ୍ଧ । ଏହାକୁ ଦୃଷ୍ଟିରେ ରଖି ଭାରତ  ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭବିଷ୍ୟତରେ ଭାରତୀୟ ସେନା ଟେକନଲୋଜୀର ଅଧିକ ପ୍ରୟୋଗ କରିବ ଓ ସୈନ୍ୟମାନଙ୍କ ସଂଖ୍ୟା କମାଇବ । ଉଦାହରଣସ୍ୱରୂପ, ଭବିଷ୍ୟତର ଯୁଦ୍ଧରେ ପାଇଲଟ କଣ୍ଟ୍ରୋଲ ରୁମରେ ବସିଥିବ ଓ  ଡ୍ରୋନ ଶତ୍ରୁପକ୍ଷ ଉପରେ ବୋମାବର୍ଷଣ କରୁଥିବ । ସେହିପରି ସାଧରଣ  ଜବାନଙ୍କ ସ୍ଥାନ ନେବେ ସ୍ମାର୍ଟ ସୋଲଜର, ଯେଉଁମାନେ ସବୁପ୍ରକାରର ଯୁଦ୍ଧରେ ଓ ବିଭିନ୍ନ ଅତ୍ୟାଧୁନିକ ଟେକନଲୋଜୀ ବ୍ୟବହାର କରିବାରେ  ପାରଙ୍ଗମ ଥିବେ ।  ଏପରିକି ପରମାଣୁ ଯୁଦ୍ଧ ହେଲେ ତାହାର ସମ୍ମୁଖୀନ ହେବା ପାଇଁ ସେମାନେ ଯେପରି ପ୍ରସ୍ତୁତ ଥିବେ ।

ଭବିଷ୍ୟତ ପାଇଁ ଭାରତୀୟ ସେନାକୁ  ପ୍ରସ୍ତୁତ କରିବା ପାଇଁ ସରକାର ୪ ପର୍ଯ୍ୟାୟରେ ପ୍ରସ୍ତୁତି କରୁଛନ୍ତି । ଗୋଟିଏ ପ୍ରକାର ହେଉଛି ସେନା ମୁଖ୍ୟକାର୍ଯ୍ୟାଳୟ ଢାଞ୍ଚାରେ ପରିବର୍ତ୍ତନ, ସେନାବାହିନୀର ଆକାର, ଅଫିସର କ୍ୟାଡରର ସମୀକ୍ଷା ଓ ସୈନିକ ମାନଙ୍କର ସେବା ମିଆଦ ବୃଦ୍ଧି । ମୋଟାମୋଟି ଭାବରେ ସେନାର ଆକାର ଛୋଟ କରି ଅଧିକ ଟେକନଲୋଜୀର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭବିଷ୍ୟତରେ ପରମାଣୁ ଯୁଦ୍ଧ ହେଲେ ତାହାର ସମ୍ମୁଖୀନ ହେବା ପାଇଁ ସେନାକୁ ପ୍ରସ୍ତୁତ କରାଯିବ ।

ସମ୍ବନ୍ଧିତ ଖବର