ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ହଟିଲା କଟକଣା। କରୋନା ପରଠାରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ବନ୍ଦ ଥିବା ବେଳେ ମାର୍ଚ୍ଚ ୨୭ରୁ ପୁଣି ଥରେ ଉଡ଼ାଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ମାର୍ଚ୍ଚ ୨୭, ୨୦୨୨ରୁ ପୁଣି ଥରେ ନିୟମିତ ଭାବେ ବାଣିଜ୍ୟିକ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା ଆରମ୍ଭ ହେବ, ଯାହା ଅଧୀନରେ ବିମାନ ଦେଶ ବାହାରକୁ ଯାଇପାରିବ ଏବଂ ବିଦେଶରୁ ବିମାନ ମଧ୍ୟ ଭାରତ ଆସିପାରିବ। କରୋନା କାରଣରୁ ପ୍ରାୟ ଦୁଇ ବର୍ଷ ପୂର୍ବେ କେନ୍ଦ୍ର ସରକାର ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ହେଲେ ଏବେ ସଂକ୍ରମଣ କମ ହେବାରୁ ସରକାର ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ତେବେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରେ କହିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ୍ କରି କହିଛନ୍ତି ଯେ ହିତାଧିକାରୀଙ୍କ ସହ ପରାମର୍ଶ ପରେ ଏବଂ କରୋନା ସଂକ୍ରମଣ ହ୍ରାସ ହେଉଥିବା ଦେଖି ଆମେ ମାର୍ଚ୍ଚ ୨୭ରୁ ଆନ୍ତର୍ଜାତୀୟ ବିମାନ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ। ଏହା ପରେ ଏୟାର ବବଲ ବ୍ୟବସ୍ଥା ଶେଷ ହେବ। ମୁଁ ଆଶା କରୁଛି ଏହି ପଦକ୍ଷେପ ସହିତ ଆମେ ଖୁବ ଆଗକୁ ବଢ଼ିବା।
ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୩, ୨୦୨୨ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବାଣିଜ୍ୟିକ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/ସ-77.jpg)