ଆଫଗାନିସ୍ତାନକୁ ଗହମ ପଠାଇବ ଭାରତ, ଖୁସିରେ ତାଲିବାନ କହିଲା ଭାରତ ବିଶ୍ବର ପ୍ରକୃତ ନେତା

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ୨୦ ହଜାର ମେଟ୍ରିକ ଟନ୍ ଗହମ ପଠାଇବାକୁ ଭାରତ ସରକାର ଘୋଷଣା କରିଛନ୍ତି। ତାଲିବାନ ସରକାର ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଆମେ ଭାରତ ପ୍ରତି କୃତଜ୍ଞ ବୋଲି କହିଛନ୍ତି। ଆଫଗାନିସ୍ତାନ ଭାରତ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରି କହିଛି ଯେ ଏହା ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କରେ ଉନ୍ନତି ଆଣିବ । ପ୍ରଥମ ଥର ପାଇଁ ଭାରତ ଆଫଗାନିସ୍ତାନକୁ ସାହାଯ୍ୟ କରିବା ପାଇଁ ପାକିସ୍ତାନୀ ମାର୍ଗ ବ୍ୟବହାର କରିବ ନାହିଁ, ବରଂ ଇରାନର ଚାବାହାର ବନ୍ଦର ଦେଇ ଆଫଗାନିସ୍ତାନକୁ ସହାୟତା ପଠାଇବ ।

ମଙ୍ଗଳବାର ଭାରତ ସରକାର ତାଙ୍କ ବିବୃତିରେ ଆଫଗାନିସ୍ତାନକୁ ୨୦ ହଜାର ମେଟ୍ରିକ ଟନ୍ ଗହମ ଦେବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ଆଫଗାନିସ୍ତାନରେ ମାନବିକ ସଙ୍କଟ ଦେଖାଦେଇଥିବାରୁ ଆମେ ଏହାକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଭାରତ ପକ୍ଷରୁ ବିବୃତି ଦିଆଯାଇଛି। ଇରାନର ଚାବାହାର ବନ୍ଦର ଦେଇ ଏହି ଗହମ ଆଫଗାନିସ୍ତାନକୁ ପହଞ୍ଚାଯିବ।

ତାଲିବାନ ମୁଖପାତ୍ର ସୁହେଲ ଶାହିନ୍ ଭାରତକୁ ପ୍ରଶଂସା କରିବା ସହ ଏହାକୁ ବିଶ୍ୱର ପ୍ରକୃତ ନେତା ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହିତ ୨୦ ହଜାର ମେଟ୍ରିକ୍ ଟନ୍ ସହାୟତା ମିଳିଥିବାରୁ ସେ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଚାବାହାର ବନ୍ଦର ମାଧ୍ୟମରେ ଆଫଗାନିସ୍ତାନ ବାସୀଙ୍କୁ ୨୦,୦୦୦ ମେଟ୍ରିକ୍ ଟନ୍ ଗହମ ଯୋଗାଣ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିକୁ ଆମେ ପ୍ରଶଂସା କରୁଛୁ। ଏଭଳି ମାନବିକ ସହାୟତା ପଦକ୍ଷେପ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସ ବୃଦ୍ଧି କରିବ, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ।

ସମ୍ବନ୍ଧିତ ଖବର