ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ମଧ୍ୟରେ ଅସ୍ତ୍ରଶସ୍ତ୍ରକୁ ନେଇ ଏକ ବଡ଼ ଚୁକ୍ତି ହେବାକୁ ଯାଉଛି ଏବଂ ଏହି ଚୁକ୍ତି ଏକ ନିଆରା ଚୁକ୍ତି ହେବାକୁ ଯାଉଛି। କାରଣ ଯୁଦ୍ଧାସ୍ତ୍ର ସହ ତାହାର ଟେକନଲୋଜୀ ମଧ୍ୟ ଦେବାକୁ ଫ୍ରାନ୍ସ ରାଜି ହୋଇଛି ।
ଅସ୍ତ୍ରଶସ୍ତ୍ର ବିକ୍ରୟ କରୁଥିବା ଦେଶମାନେ ଯେତେବେଳେ ଟେକ୍ନୋଲୋଜି ଟ୍ରାନ୍ସଫର (ଟିଓଟି) କଥା ଆସେ, ସେମାନେ ଦ୍ୱିଧାଗ୍ରସ୍ତ ହୋଇଯାଆନ୍ତି ଏବଂ ଟିଓଟି ପାଇଁ ସହଜରେ ପ୍ରସ୍ତୁତ ହୁଅନ୍ତି ନାହିଁ । କିନ୍ତୁ ଭାରତ ଏବେ ଅସ୍ତ୍ରଶସ୍ତ୍ର ବିକ୍ରି କରୁଥିବା ଦେଶଗୁଡ଼ିକୁ କହୁଛି ଯେ ଆମକୁ କେବଳ ଅସ୍ତ୍ରଶସ୍ତ୍ର ର ଆବଶ୍ୟକତା ନାହିଁ, ବରଂ ଆମକୁ ଟେକ୍ନୋଲୋଜି ହସ୍ତାନ୍ତର ମଧ୍ୟ ଆବଶ୍ୟକ ଏବଂ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନ ଅଧୀନରେ ଅସ୍ତ୍ରଶସ୍ତ୍ର କିମ୍ବା ଉପକରଣର କିଛି ଅଂଶ ଭାରତରେ ମଧ୍ୟ ଉତ୍ପାଦନ କରାଯିବା ଉଚିତ୍ । ଭାରତର ଏହି ସର୍ତ୍ତକୁ ଆମେରିକା ଗ୍ରହଣ କରିନଥିବାବେଳେ ଫ୍ରାନ୍ସ ରାଜି ହୋଇଛି ।
୧୦୦% ଟେକ୍ନୋଲୋଜି ହସ୍ତାନ୍ତର ସହିତ ୧୧୦ କିଲୋ ନ୍ୟୁଟନ୍ ଥ୍ରଷ୍ଟ ଯୁଦ୍ଧ ବିମାନ ଇଞ୍ଜିନ ଭାରତକୁ ଯୋଗାଇବାକୁ ଫ୍ରାନ୍ସ ପ୍ରସ୍ତୁତ ଅଛି । ଅଣ୍ଡରୱାଟର ଡ୍ରୋନ୍ ଏବଂ ପରମାଣୁ ବୁଡ଼ାଜାହାଜ ଯୋଗାଇବା ପାଇଁ ମଧ୍ୟ ଫ୍ରାନ୍ସ ପ୍ରସ୍ତୁତ ରହିଛି।
୧୦୦% ଟେକ୍ନୋଲୋଜି ହସ୍ତାନ୍ତର ସହିତ ୧୧୦ କିଲୋ ନ୍ୟୁଟନ୍ ଥ୍ରଷ୍ଟ ଯୁଦ୍ଧ ବିମାନ ଇଞ୍ଜିନ ଭାରତକୁ ଯୋଗାଇବାକୁ ଫ୍ରାନ୍ସ ପ୍ରସ୍ତୁତ ଅଛି । ଅଣ୍ଡରୱାଟର ଡ୍ରୋନ୍ ଏବଂ ପରମାଣୁ ବୁଡ଼ାଜାହାଜ ଯୋଗାଇବା ପାଇଁ ମଧ୍ୟ ଫ୍ରାନ୍ସ ପ୍ରସ୍ତୁତ ରହିଛି।
ଏବେ ଏନଏସଏ ଅଜିତ ଡୋଭାଲ ଏହି ଚୁକ୍ତିରେ ମୋହର ଲଗାଇବାକୁ ଫ୍ରାନ୍ସ ଯିବେ । ଯେକୌଣସି ବଡ଼ ଅସ୍ତ୍ର ଶସ୍ତ୍ର ପାଇଁ ଶତ ପ୍ରତିଶତ ଟେକ୍ନୋଲୋଜି ହସ୍ତାନ୍ତର କରିବା ଏକ ବଡ଼ କଥା, କିନ୍ତୁ ଫ୍ରାନ୍ସ ଏଥିପାଇଁ ପ୍ରସ୍ତୁତ ଅଛି।