ମାଲେସିଆ ଉପରେ ମୋଦୀ କ୍ଷୁବ୍ଧ, ଖାଇବା ତେଲ ଆମଦାନୀ ବନ୍ଦ କରିବାକୁ ବିଚାର

ନୂଆଦିଲ୍ଲୀ : ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦଙ୍କ ଉପରେ ରାଗିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାରମ୍ବାର ଭାରତ ବିରୋଧୀ ବୟାନ ଦେବା, ଜାତିସଂଘରେ କଶ୍ମୀରରେ ଭାରତ ଅନୁପ୍ରବେଶ କରିଛି ବୋଲି କହିବା ଓ ଜାକୀର ନାଏକ ପରି ଅପରାଧୀକୁ ପ୍ରଶ୍ରୟ ଦେବା ନେଇ ସେ ମାଲେସିଆ ଉପରେ କ୍ଷୁବଧ ଅଛନ୍ତି । ଏଥିପାଇଁ ଭାରତ ମାଲେସିଆରୁ  ଖାଇବା ତେଲ (ତାଳତେଲ) ଓ ଆଉ କେତେକ ସାମଗ୍ରୀ ଆମଦାନୀ ବନ୍ଦ କରିବାକୁ ବିଚାର କରୁଛି । ଏ ନେଇ ଭାରତର ବାଣିଜ୍ୟ ମନ୍ତ୍ରାଳୟରେ ବିଚାରବିମର୍ଷ ଜାରି ରହିଛି ।

ଭାରତ ହେଉଛି ମାଲେସିଆର ବୃହତ୍ତମ ଖାଇବା ତେଲ ଆମଦାନୀକାରୀ ଦେଶ । ୨୦୧୯ ସେପ୍ଟେମ୍ବର ଶେଷସୁଦ୍ଧା ଭାରତ ମାଲେସିଆରୁ ପ୍ରାୟ ୩.୯ ନିୟୁତ ଟନ ଖାଇବା ତେଲ ଆମଦାନୀ କରିଛି । କିନ୍ତୁ ମାଲେସିଆ ଭାରତ ବିରୋଧରେ କହୁଥିବାରୁ ଭାରତ ଏହି ଆମଦାନୀ ବନ୍ଦ କରିବାକୁ ବିଚାର କରୁଛି । ମାଲେସିଆ ବଦଳରେ ଇଣ୍ଡୋନେସିଆ,ଆର୍ଜେଣ୍ଟିନା ଓ ୟୁକ୍ରେନରୁ ଖାଇବା ତେଲ ଆମଦାନୀ କରିବାକୁ ଭାରତ ବିଚାର କରୁଛି ।

ସମ୍ବନ୍ଧିତ ଖବର