ଶ୍ରୀଲଙ୍କାକୁ ୧୬୦ଟି ରେଳବାଇ ଯାତ୍ରୀ କୋଚ୍‌ ପ୍ରଦାନ କରିବ ଭାରତ

ନୂଆଦିଲ୍ଲୀ: ଗତକାଲି ସଂଧ୍ୟାରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ମୁତାବକ ଭାରତ ଶ୍ରୀଲଙ୍କାକୁ ୧୬୦ଟି ରେଳବାଇ ଯାତ୍ରୀ କୋଚ୍‌ ପ୍ରଦାନ କରିବ। ଏହି ୧୬୦ଟି ଯାତ୍ରୀ କୋଚ୍‌ର ଦର ଆମେରିକୀୟ ଡଲାର ଅନୁସାରେ ୮୨ ମିଲିୟନ୍‌ ଡଲାର୍‌ ବୋଲି ଜାଣିବାକୁ ମିଳିଛି। । ଏହି କୋଚ୍‌ ଗୁଡ଼ିକ ଭାରତରେ ତିଆରି କରାଯାଇ ଶ୍ରୀଲଙ୍କା ପଠାଯିବ ବୋଲି ସ୍ଥିର ହୋଇଛି। ଏ ନେଇ ଭାରତର ରାଇଟ୍‌ସ ଲିମିଟେଡ୍‌ ଓ ଶ୍ରୀଲଙ୍କା ସରକାର ଗତକାଲି ସଂଧ୍ୟାରେ ଚୁକ୍ତିବଦ୍ଧ ହୋଇଛନ୍ତି। ଏହି ଚୁକ୍ତି କଲୋମ୍ବଠାରେ ସ୍ୱାକ୍ଷର ହୋଇଛି।

ରେଳବାଇ ରୋଲିଂ ଷ୍ଟକ୍‌ର କ୍ରୟ ଓ ୩୧୮ ମିଲିୟନ୍‌ ଆମେରିକୀୟ ଡଲାର ଦରର ରେଳ ଟ୍ରାକ୍‌ର ଉନ୍ନୟନ ପାଇଁ କରାଯାଇଥିବା ଲାଇନ୍‌ ଅଫ୍‌ କ୍ରେଡିଟ୍‌ ଏଗ୍ରିମେଣ୍ଟର୍‌ ଏହି ଚୁକ୍ତି ଏକ ଅଂଶ। ଯେଉଁ ଚୁକ୍ତି କି ପୂର୍ବରୁ ୨୦୧୭ ମସିହାରୁ ହିଁ ଭାରତର ଏକ୍ସପୋର୍ଟ ଆଣ୍ଡ୍‌ ଇପୋର୍ଟ ବ୍ୟାଙ୍କ୍‌ ଶ୍ରୀଲଙ୍କା ସରକାଙ୍କ ମଧ୍ୟରେ ହୋଇସାରିଛି।

ସମ୍ବନ୍ଧିତ ଖବର